STORYMIRROR

Tapan Kumar Swain

Fantasy

3  

Tapan Kumar Swain

Fantasy

ପାଉଁଶ ତଳର ସ୍ୱପ୍ନ

ପାଉଁଶ ତଳର ସ୍ୱପ୍ନ

1 min
382


ଜୀବନ ଗୋଟାଏ ମରୁ ମରୀଚିକା

କୁହୁଳା ନିଆଁର ସ୍ମୃତି,

ସ୍ୱପ୍ନ ଗୋଟେ ନିତି ଜଳି ଲିଭୁଥିବା

ଅନ୍ଧାର ରାତିର ସାଥି ।


ସ୍ୱପ୍ନ ପଢୁଥାଏ ନିବିଡ଼ ନିଦରେ

ସ୍ମୃତିର ଚିଠି କୁ ଖୋଲି

ଫେରି ଯାଇଥିବା କ୍ଳାନ୍ତ ଅପରାହ୍ନ

ସମୟର ମରୁବାଲି ।


ଫେରିବକି ଆଉ ଅଭୁଲା ସମୟ

ଚିରିଦେଲେ ଆଉ ଛାତି

ସ୍ମୃତି ତଳ ସେଇ ଜଳନ୍ତା ଜୁଇର

ପାଉଁଶରେ କିବା ଆଉ ।


ଯୌବନର ସେଇ ହଜିଲା ସପନ

ଖୋଜିକି ପାଇବ ଆଉ

ମିଳିବକି ଆଉ ଗଭୀର ନିଦର

ସ୍ୱପ୍ନ ର ଅଫେରା ରାତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy