STORYMIRROR

Bijay Prusty

Fantasy

3  

Bijay Prusty

Fantasy

ପୁଣିଥରେ ବର୍ଷା

ପୁଣିଥରେ ବର୍ଷା

1 min
386


ଅଦିନିଆଁ ଝଡ ମାଡି ଆସିଲାଣି

ମେଘୁଆ ଆକାଶ ସାରା

ବର୍ଷାରେ ତିନ୍ତିବ ଧରଣୀର ବକ୍ଷ

ଦିଶିବନି ଟିକେ ଖରା I


ବର୍ଷା ଭାଙ୍ଗିଥିଲା କେତେକେତେ ଘର

ଆଉ ଯାହା ଥିଲା ବାକି

ଫେରନ୍ତା ମୌସୁମୀ ଧୋଇନେବ ତାକୁ

ଲୁହରେ ତିନ୍ତିବ ଆଖି I


ବରଷାର ପ୍ରୀତି ସର୍ବଦା ଏମିତି

ମାନେନି ଆକଟ କା'ର

ପାର୍ବଣର ଖୁସି ଧୋଇ ନେବା ପାଇଁ

ଝରିଯାଏ ଝର ଝର I


ତଥାପି ବରଷା ଆପଣାର ମୋର

ତାର କ୍ରୋଧ ତାର ଖୁସି

ଭଲଲାଗେ ତାର ସଲ୍ଲଜ ଚାହାଣୀ

ଦେଉଥାଏ ଯେବେ ହସି I

        


Rate this content
Log in

Similar oriya poem from Fantasy