ବୋଉ
ବୋଉ
1 min
370
କୋଣାର୍କ ଗାଉଛି ଧରମା ଗୀତ
ବ୍ରାହ୍ମଣୀ ଗାଉଛି ବାଜିରାଉତ
ଏଇ ମୋ ମାଆ,ଓଡିଶା ମାଟି
ଜିନ୍ଦାବାଦ ମୋ ଓଡିଶା ଗୀତ
ଜିନ୍ଦାବାଦ ମୋ ପଖାଳ ଭାତ ।
ଶସ୍ୟ ଶ୍ୟାମଳା ମୋ ସୁନା ଓଡିଶା
ମିଠା ତା ପବନ ମିଠା ତା ଭାଷା
ଚାଷ ଦିଏ ବାସ ଜୀବନ ଦିଶା
ସାଧବ ପୁଅର ଦୂର ବେଉସା
ଗାଁ ଗହିର, ରାଇଜ ମୋର
ଜିନ୍ଦାବାଦ ମୋ ବର୍ଷା ବସନ୍ତ
ଜିନ୍ଦାବାଦ ମୋ ବୋଉ ପଣତ ।
