Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

smrutirekha das

Children Stories Classics Fantasy

3.4  

smrutirekha das

Children Stories Classics Fantasy

ବାପା

ବାପା

1 min
392


କିଏସେ ହେବ ମୋ ବାପାଙ୍କ ସରି,

ଚାଲି ଶିଖାଇବେ ହାତ ମୋ ଧରି |


କାନ୍ଦୁଥିଲେ ପୋଛନ୍ତି ସେ ଆଖିରୁ ମୋ ଲୁହ,

ଦଣ୍ଡେ ନ ଦେଖିଲେ ମତେ ଉଠୁଥାଏ କୋହ |


ମନ ଜାଣି ଆଣନ୍ତି ସେ ମୋ ପାଇଁ ଦରବ,

ସେଥିପାଇଁ ମୋ ମନରେ କେତେ ଯେ ଗରବ |


ଭୁଲ ଥିଲେ ବୁଝାନ୍ତି ସେ ନ ଦେଇ ଯେ ଗାଳି,

ଗେଲରେ ସେ ଡାକୁଥାନ୍ତି ମତେ ଝିଅ ବୋଲି |


ବା ମାନେ ବାୟୁ ପୁଣି ପା ମାନେ ପାଣି,

ତାଙ୍କ ବିନା ଜଗତକୁ ଆମେ ଆସି ପାରିବାନି |


ଜଗନ୍ନାଥଙ୍କ ପାଦପଦ୍ମ ରେ ଏତିକି ମୋ ଅଳି,

ସବୁ ବାପା ହୁଅନ୍ତୁ ମୋ ବାପା ଙ୍କ ଭଳି |


Rate this content
Log in