STORYMIRROR

smrutirekha das

Children Stories Classics Fantasy

3  

smrutirekha das

Children Stories Classics Fantasy

ମା

ମା

1 min
383

ମା ର ପଣତ ଶ୍ରୀ ମନ୍ଦିର ନେତ

             ନାହିଁ ଡର ନାହିଁ ଭୟ,

ମାଟିଠୁ ଆକାଶ ଯା ପାଇଁ ସରସ

             ମହାନତା ପରିଚୟ |


ମମତା ଧାରାରେ ବାହି ନେଉଥାଏ 

             ଆମ ଜୀବନର ତରୀ,

ଫୁଲ ର ମହକ ଚନ୍ଦନ ସୁବାଷ

             ନୁହେଁ ତାର ସମ ସରି |


କଥାରେ ତାହାର ବହି ଯାଉଥାଏ

              ପୁଣ୍ୟ ମନ୍ଦାକିନୀ ଧାରା,

ଯାର ପାଦଧୂଳି ଦେହେ ଦେଲେ ବୋଳି

              ଛୁଏଁ ନାହିଁ ଦୁଃଖ ପରା |


ଯା କୋଳରେ ଥରେ ମଥା ରଖିଦେଲେ

              ଆତ୍ମା ହୋଇଯାଏ ତୃପ୍ତି,

ମା ଡାକିଦେଲେ ମମତାମୟୀର

              ଗରବରେ ଫୁଲେ ଛାତି |


Rate this content
Log in