STORYMIRROR

RAZZ LINGARAJ MAJHI

Fantasy Inspirational

3  

RAZZ LINGARAJ MAJHI

Fantasy Inspirational

ଅଭିମାନୀ ଭକ୍ତ

ଅଭିମାନୀ ଭକ୍ତ

1 min
390

ଏକ ଦିନେ ମହାପ୍ରଭୁ ଥିଲେ ଅନନ୍ତଶୟନେ

ଦର୍ଶନ ପାଇଁ କଚ୍ଛପ ଯାଉଥିଲା ସେହି ସ୍ଥାନେ  ।୧।

ବାଶୁକି ନାଗ ଯେ ତାକୁ ପିଟିଲେ ଲାଞ୍ଜ ରେ

ଅଭିମାନ କରି ସେ ଫେରିଲା ସେହି ବାଟରେ ।୨।

ଆସୁ ଆସୁ ସିଏ ଭାବେ ତା ମନରେ

ଦିନ ଆସିବ ପ୍ରଭୁ ଆସିବେ ପାଖରେ  ।୩।

ତ୍ରେତୟାରେ କଚ୍ଛପ ଜନ୍ମ ନେଲା ଧୀବର ରୂପରେ

ସେତେବେଳେ ପ୍ରଭୁ ଜନ୍ମ ହେଲେ ରାମ ଅବତାରେ  ।୪।

ରାମ, ଲକ୍ଷ୍ମଣ ନଦୀ ପାରି ହେବେ ମହର୍ଷି ସାଥିରେ

ସେତେବେଳେ ପ୍ରଭୁ ଆସିଲେ ଭକତ ପାଖରେ  ।୫।

ରାମ, ଲକ୍ଷ୍ମଣ ଆସିଲେ ଧୀବର ପାଖକୁ

ସିଏ ଗଙ୍ଗା ଜଳେ ଧୋଇଲା ଶ୍ରୀରାମ ପାଦକୁ  ।୬।

ଅଭିମାନି ଭକ୍ତ ଯେ ଜିତିଲା ପ୍ରଭୁ ମନ

ଭକ୍ତ ମନ କଥା ରକ୍ଷା କଲେ ଭଗବାନ   । ୭।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy