ମାଆ
ମାଆ
ମାଆ ବୋଲି ତାର ଦୁଇଟି ଅକ୍ଷର
ମମତା ଓ ଆଶିଷ ର ଭଣ୍ଡାର
ଦୁନିଆ ର ତୁହି ବଡ ଦେବୀ
ତୋ ପାଖେ ହାରନ୍ତି ସବୁ ଦେବା ଦେବୀ ।
ଧନ୍ୟ ତୁହି ଆଗୋ ଜନନୀ
ମାଆ ରୂପେ ତୁହି ନାରାୟଣୀ
ସନ୍ତାନ କୁ ଦିଏ ସେନେହ ପରା
ଖାଇବା କୁ ଦିଏ ଅମୃତ ର ଧାରା ।
ଦଶ ମାସ ଗର୍ଭେ ଧାରଣ କରିଥିଲା
ତା ଋଣ ସାତ ଜନ୍ମେ କିଏ ସୁଝି ନ ପାରିଲା
ଜନନୀ ଠାରୁ ବଡ଼ କେହି ନାହିଁ
ମୁଁ କହୁନି ଏହା ପୁରାଣ କହଇ ।
ମାଆ ର ବୀରତା କୁ ସାରା ଜଗତ
ହାତ ଯୋଡି କରେ ଦଣ୍ଡବତ ।
ନିଜେ ନ ଖାଇ ନିଜ ସନ୍ତାନ କୁ ଦିଏ
ସେଥିପାଇଁ ସାରା ଜଗତ ତା ଗୁଣ ଗାଏ
ଲିଙ୍ଗରାଜ ଅଜ୍ଞାନୀ ତାକୁ କରେ ଗଣନା
ତା ବିଷୟେ ସଂକ୍ଷେପରେ କରେ ବର୍ଣ୍ଣନା ।