STORYMIRROR

Yudhisthir Khamari

Abstract

2  

Yudhisthir Khamari

Abstract

ସ୍ମୃତି

ସ୍ମୃତି

1 min
235

କ୍ଷୁଦ୍ର କ୍ଷୁଦ୍ର ମୁହୂର୍ତ୍ତକୁ ନେଇ ଆସେ ବର୍ତ୍ତମାନ

ପୁଣି ଚାଲିଯାଏ କେଉଁ ଅଜ୍ଞାତ ଇଲାକାକୁ

ସାମାନ୍ୟ ସାନ୍ନିଧ୍ୟରେ ମିଳେ ଅପାର ଆନନ୍ଦ

ଅବା

କଣ୍ଟକିତ କ୍ଷତାକ୍ତ ଯନ୍ତ୍ରଣା

ପୁଷ୍ପିତ ହେଉ ଅବା ହେଉ କଣ୍ଟକିତ

ଛାତିତଳେ ରହିଯାଏ ଗାରଟିଏ ହୋଇ

ଜିଏଁ କିଏ ହୋଇ ସ୍ମୃତିସର୍ବସ୍ବ,

ଆଉ କିଏ ହୋଇଥାଏ ନିସ୍ବ

ମାତ୍ର

ସ୍ମୃତି ସବୁ ଧୂସର ଅତୀତ

ସତ ହୋଇ ସ୍ବପ୍ନରେ ଆସିଲେ ବି ଧରା ଦିଏନି

ଅନ୍ତର୍ନିହିତ ରହିଥାଏ ନିବୃତ କୋଣରେ

ଲୁଚିଛପି ଦିଏ ପ୍ରତି ଅବା ବିଷାଦ

କାନ୍ଦେ କିଏ ମୁଣ୍ଡପିଟି ଅବା ଛାତି କୋରଡି ହୋଇ

ଆଉ କିଏ ଆନନ୍ଦ ନାଚୁଥାଏ ହାତ ଟେକି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract