STORYMIRROR

Ajay kumar Behera

Romance

3  

Ajay kumar Behera

Romance

"ସ୍ମୃତି ତୁମେ ଚରାବାଲି"

"ସ୍ମୃତି ତୁମେ ଚରାବାଲି"

1 min
409

"ସ୍ମୃତି ତୁମେ ଚରାବାଲି"

---------------------------------

ସ୍ମୃତି ତୁମେ ଚରାବାଲି

ମୋ ହୃଦୟର ଝରା ଫୁଲ

ପ୍ରେମରେ ପାଗଳୀ ପ୍ରିୟା

ଦେଇଦିଅ ମୋ ପ୍ରେମ ମୂଲ।୧।


ଚୁପି ଚୁପି ଆସି ତୁମେ 

କହି ଯାଅ କାନେ ମୋହର

ତୁମ ରୂପ ଦରଶନେ

ଦୁନିଆ ଯେ ଲାଗେ ସୁନ୍ଦର।୨।


ଫଗୁଣର ଫଗୁ ବୋଳି

ଲାଗ ଫୁଲେଇ ଜହ୍ନଟିଏ

ପାଗଳ ଭଅଁର ମୁଁ ଯେ

ଚାତକ ପରି ଚାହିଁ ଥାଏ।୩।


ତୁମ ଛୁଆଁ ପ୍ରୀତି ନୂଆ

ଏ ମନ ହୁଏ ଆନମନା

ତୁମ ବିନା ଜୀଇଁବାରେ

ଲାଗେ ସତେ ଅବମାନନା।୪।


ତୁମେ ଥିଲେ ପାଶେ ମୋର

କୋଇଲି ଗାଏ ସ୍ୱରେ ସ୍ୱରେ

ନିତି ହଜି ଯାଏ ମୁହିଁ

ପାଇ ତୁମ ପ୍ରେମ ସ୍ପର୍ଶରେ।୫।


ନିଦାଘରେ ତୁମେ ଆଣ

ଶିତଳତା ର ସେଇ ଛୁଆଁ

ତୁମ ପାଇଁ ଭୁଲେ ମୁହିଁ

ବାସ୍ତବିକ ଏଇ ଦୁନିଆଁ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance