Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo ( Nitu )

Tragedy

1.0  

Satyanarayan Sahoo ( Nitu )

Tragedy

ସ୍ମୃତି ସତ୍କାର

ସ୍ମୃତି ସତ୍କାର

1 min
13.7K


ଦେଖ!!

ସେ ବେଳର ସ୍ଵପ୍ନ ମୋର

ଗୁନ୍ଥିଥିଲ ତୁମେ -

ଜହ୍ନରେ.. ମନରେ.. ପ୍ରେମରେ.. ଫୁଲରେ...

ନିଷିଦ୍ଧ ସମ୍ମୋହନରେ,

ଏକାନ୍ତ ନିଶ୍ଵାସରେ.... Il


ଏ ବେଳରେ ଦେଖ !!

ସ୍ଵପ୍ନ ମରିଛି -

ସ୍ମୃତିର ସଫେଦ ଚାଦର ତଳେ

ଜୀବନ ନିଥର.. ନିଶ୍ଚଳ... ବିବର୍ଣ୍ଣ ଦିଶୁଛି

ତୁମ ବୁକୁ ଫଟା -

ପ୍ରତାରଣା ଓ ପ୍ରବଞ୍ଚନା ଯନ୍ତ୍ରଣାରେ... lI


ଆସ !!

ସାହା ଟିକେ ହୁଅ...

ତୁମେ ମୟ ମୋ ତମାମ ସ୍ମୃତି ଦାହରେ ,

ତୁମେ ହିଁ ତ ମୋ ଭିତରେ -

ସ୍ଵପ୍ନ ପାଳିଥିଲ !

ଶୃଙ୍ଗାରୀଥିଲ -

ଜୀବନର ଯାବତୀୟ

ସ୍ଵପ୍ନମୟ ରଙ୍ଗ... ରସ... ରାସ...

ମୋ ଅସତର୍କ ମୁହୂର୍ତ୍ତରେ !!


ଆସ !!!

ତୁମର ହିଁ ଶ୍ରେଷ୍ଠ ଅଧିକାର

ମୁଖାଗ୍ନିଟା ଦେଇଦିଅ -

ଆମ ସକଳ ସ୍ମୃତିର ନଷ୍ଟ - ଶ୍ମଶାନରେ... !!



ସତ୍ୟନାରାୟଣ ସାହୁ ( ନୀତୁ )

ଛତ୍ରଙ୍ଗ , ବୌଦ୍ଧ




Rate this content
Log in

Similar oriya poem from Tragedy