STORYMIRROR

Goutam Mohanty

Abstract

2  

Goutam Mohanty

Abstract

#ସ୍ମୃତି_ସକାଳ

#ସ୍ମୃତି_ସକାଳ

1 min
2.9K

ତୁମ ସ୍ମୃତି ମନସ୍କ

ସକାଳର ଗାଢ଼ ଲାଲ ଚା'

ଏବେ ଥଣ୍ଡା ହୁଅନ୍ତା କେମିତି


ମୁଁ ପରା ତୁମ ଅଜାଣତେ

ତୁମକୁ କେବେଠାରୁ

ଆତ୍ମସ୍ଥ କରି ନେଇସାରିଛି


ପିଆଲାର ଚା' ଯେତେ

ତୁମ ଉଷ୍ମତାର ଓଠ ଦେଇ

ସେବେଠୁ ପିଉଛି ବୋଲି

ଯେଡେ ଉଦ୍ଧତ ହେଉ ପଛେ ସମୟ

ମୋ ଚା' ପିଆଲାକୁ

କେବେ କି ଥଣ୍ଡା କରିପାରିଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract