STORYMIRROR

Gunanidhi Samal

Romance

4  

Gunanidhi Samal

Romance

ସ୍ମୃତି ସିଏ ମୋର

ସ୍ମୃତି ସିଏ ମୋର

1 min
515

ସ୍ମୃତି ସିଏ ମୋର ଫୁଲର ଫଗୁଣ

ଚହଟ ଚାନ୍ଦିନୀ ରାତି

ସ୍ମୃତି ସିଏ ମୋର ପହିଲି ପ୍ରେମର

ପ୍ରଥମ ମିଳନ ଗୀତି ।

ସ୍ମୃତି ସିଏ ମୋର ଭାରି ଆପଣାର

ସୋରିଷ କ୍ଷେତର ଝିଅ

ଗୋଟେ ଚାଉଳରେ ଗଢ଼ା ଚାନ୍ଦମୁହିଁ

ଚମ୍ପାଗୋରା ପରି ଦେହ।

ସ୍ମୃତି ସିଏ ମୋର ଲୁଚକାଳି ଖେଳ

ବର କନିଆଁ ଙ୍କ ବେଶ

ସେ'ହେଲା କନିଆଁ ମୁଁ"ତାହାର ବର

ସ୍ୟାହିରେ ଚିତ୍ରିତ ନିଶ ।

ସ୍ମୃତି ସିଏ ମୋର ମାନସ ପଟରେ

ଅଲିଭା କାଳିରେ ଅଙ୍କା

ସେଦିନୁ ଖୋଜୁଛି ମୋର ଦୁଇଆଖି

ପାଇବାକୁ ତାର ଦେଖା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance