Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Romance

3  

Gunanidhi Samal

Romance

ସ୍ମୃତି ସେ' ଦିନର

ସ୍ମୃତି ସେ' ଦିନର

1 min
231


ତୁମେ ଆଜି ମନେପଡ଼ ସାଥୀ

ଜୀବନର ଏଇ ଅପରାହ୍ନେ

ତୁମସାଥେ ହୋଇଥିଲା ଦେଖା

କେଉଁ ଏକ ଗୋଧୂଳି ଲଗନେ ।

ସଙ୍ଗେଥିଲେ ସାଥୀ ସହଚରୀ

ଓଠେ ଥିଲା ଧାରେ ସରୁ ହସ

ଦେହେ ଥିଲା ଭିଜିଲା ବସନ

କଟିଦେଶେ ମାଟିର କଳସ ।

ଧୀରେଧୀରେ ଚାଲୁଥିଲ ପଥ

ଚାହୁଁଥିଲ କଣେଇ କଣେଇ

ପବନେ ଉଡ଼ି ଚୂର୍ଣ୍ଣ କୁନ୍ତଳ

ଆଖି ଓଠ ଯାଉଥିଲା ଛୁଇଁ ।

ମନେପଡ଼େ ସେ'ଦିନର ସ୍ମୃତି

ଯାହା କିଛି ଆସିଥିଲି ଛାଡି

ଯଦିଥାନ୍ତା ମୋର ଦୁଇ ଡେଣା

ତୁମ ପାଶେ ଯାଇଥାନ୍ତି ଉଡ଼ି ।


Rate this content
Log in

Similar oriya poem from Romance