STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

ସ୍ମୃତି ସବୁ ସେଇ ଅଭୁଲା ଦିନର

ସ୍ମୃତି ସବୁ ସେଇ ଅଭୁଲା ଦିନର

1 min
12.6K


କେବେ ଯଦି ଦେଖା ହୁଏ 

କେଉଁ ଏକ ଅଜଣା ମୁହୂର୍ତ୍ତେ

ମନେପକାଇବ ଆଉ ଭାବିବ ଟିକିଏ

ମୋ ମନର ଭାଷାକୁ ଗୋ ପଡ଼ିବ ତ ଥରେ

ବିନିଦ୍ର ରଜନୀ କେତେ, କେତେ ଜହ୍ନ ରାତି

ତତଲା ଲୁହ ସବୁ ପିଇ ପିଇ

ବିତାଉଛି ଏକା ଏକା ମୋ ଏ ନିର୍ଜିବ କୁଟୀରେ ।।


କେବେ ଯଦି ଦେଖା ହୁଏ

ଭଲ,ମନ୍ଦ,ସୁଖ, ଦୁଃଖ ପଚାରିବ ନାହିଁ

ତୁମବିନା ଦିନ ସବୁ କେମିତି ବିତଇ

ସେଦିନର ଅଭୁଲା ମୁହୂର୍ତ୍ତ

ବଦଳାଇ ଦେଇଥିଲା ମୋର ଗତିପଥ

ପର କରିଦେଲ ସିନା ନୂଆ ସାଥି ପାଇ

ମୁହୂର୍ତ୍ତ ଭିତରେ ତୁମ ମନ ଦେଲ ବଦଳାଇ ।।


ଦେଖାତ ହେଉନି ଆଉ

ଏବେ ତୁମେ ଯାଇଛ ବଦଳି

ଆଜିର ତୁମ ଠିକଣା ଯାଣିବାର ସ୍ପୃହା,ଇଛାମାନେ 

ସମାଧିସ୍ଥ କେଭୁଁ, / ଦୁଃଖ ମ୍ରୀୟମାଣ

“ଶୁଭେନି କି ଦେଖିପାରୁ ନାହିଁ ତୁମ

ସହ ହସ ମିଠା ମିଠା ମଖମଲ୍ଲୀ ଭାଷା

ଗୋଲାପି ଓଠରେ ତୁମ ଥିଲା ଯେଉଁ ନିଶା ।।


କେବେ ଯଦି ଦେଖା ହୁଏ, 

ସାୟାହ୍ନ ର ଗୋଧୂଳି ବେଳାରେ

ଅବା ସଜଳ ସକାଳେ

ଜ୍ୟେତ୍ସ୍ନା ଭରା ରୁପାଜହ୍ନ ନିରୋଳା ରାତିରେ

ମିଳନ ନହେଉ 

ନସ୍ଫୁର ବା ବାଣୀ ଶୁଶୀଳ‌ ସୁଲଳିତ‌ ସ୍ଵରେ 

ପଥ ବଦଳାଇ, କରି ମିଛ ବାହାନା 

ନଯାଇ, ନିରେଖି ଦେଖିବ ଟିକେ 

ହେ ନୀଳ ସଜଳ ନୟନା ।।


ଚାରିଅଖି ମିଳନରେ

ତୁମେ ପଢୁଥିବ ଆଉ ମୁଁ ତ ପଢିଛି

ବିଗତ ଦିନର ହଜିଲା ସ୍ମୃତି କୁ

ସାତ ସାଇତା ଯାହା ଆଜିବି ମୋ ହୃଦୟ କନ୍ଦରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract