STORYMIRROR

Narendra Sahu

Inspirational Others

3  

Narendra Sahu

Inspirational Others

ସ୍ମୃତି ପରା ଇତିହାସ

ସ୍ମୃତି ପରା ଇତିହାସ

1 min
27.9K


ଆଦିମ ମାନବ ଅନାଦି କାଳରୁ

ଏ ଯାଏଁ ରଚିଛି ଯଶ,

ପଛର ଘଟଣା ଲେଖନୀ ରଚନା

ସ୍ମୃତି ସବୁ ଇତିହାସ।

ସ୍ମୃତିର ପାଖୁଡା କରେ ବାଟ ହୁଡା

ବାଟୋଇକୁ କରେ ବଶ,

ମନ ଆନ୍ଦୋଳିତ କରଇ ନିଶ୍ଚିତ

ସ୍ମୃତି ଯେବେ କରେ ସ୍ପର୍ଶ।

ପଛକୁ ଅନାଇ ମଣିଷ ଭାବଇ

ଅତୀତଟା ଅଟେ ବିଷ,

ସ୍ମୃତି କିନ୍ତୁ କହେ ଜମା ବିଷ ନୁହେଁ

ସ୍ମୃତି ଅଫେରା ବୟସ।

ସ୍ମୃତି କହେ କଥା ଜୀବନର ଗାଥା

ସ୍ମୃତି ଜୀବନ ସାହାସ,

ସ୍ମୃତିକୁ ସାଥୀରେ ଧର ଜୀବନରେ

ସ୍ମୃତି କହେ ଇତିହାସ।

ସ୍ମୃତି ଲାଗେ ତିକ୍ତ କାଳରେ ବାହିତ

ଫେରେ ନାହିଁ ଆମ ପାଶ,

ଘଟିଲା ଘଟଣା କରେ ଆନମନା

ସ୍ମୃତି ନାଶଇ ମଣିଷ ।

ଇତିହାସ ପୃଷ୍ଠା ଆମ ଜୀବନଟା

ଦୁଃଖ ଦର ମିଶା ହସ,

ପୃଷ୍ଠା ତାର ଥରେ ଓଲଟାଅ ଧିରେ

ସ୍ମୃତି ପରା ଇତିହାସ ।

ସ୍ମୃତି କର ବ୍ୟାଖ୍ୟା ଆଜିକାର ଦୀକ୍ଷା

ଅତୀତ ସ୍ମୃତି ସାହାସ,

ସେ ସାହାସ ଆଜି ଜୀବନର ବାଜି

ହେବ ଦିନେ ଇତିହାସ।

ଇତିହାସ ବୋଲି ନ ଯାଅ ଯେ ଭୂଲି

ଶିକ୍ଷା ତା ଠାରେ ବିନ୍ୟାସ,

ପୂର୍ବର ତ୍ରୁଟିକୁ ସୁଧାରି ଆମକୁ

ସଜାଏ ଭଲ ମଣିଷ ।

©ନରେନ୍ଦ୍ର ସାହୁ,ଡଭାର,ଗଂଜାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational