STORYMIRROR

Sahadev Behera

Romance

4  

Sahadev Behera

Romance

ସ୍ମୃତି ଜହ୍ନ

ସ୍ମୃତି ଜହ୍ନ

1 min
379


ସ୍ମୃତିରେ ସାଇତା  ଗୋପନ ପ୍ରଣୟ

     ସ୍ମୃତି ସନ୍ଧ୍ୟା ନଦୀ ତୀରେ 

ସ୍ମୃତି ଶାମୁକାରୁ ଖୋଜୁଛି ମୁକୁତା

      ସ୍ମୃତି ଭିଜା ଶ୍ରାବଣରେ  ll


ସ୍ମୃତି ଆଜି ମୋର  ହୃଦୟ ମନ୍ଦିରେ 

       ସ୍ମୃତି ପାରିଜାତ ହୋଇ 

ସ୍ମୃତିର ପାଖୁଡା  ଫୁଟି ମଉଳୁଛି

       ସ୍ମୃତି ବାସ ଚହଟାଇ ll


ସ୍ମୃତି କାକଳିର  ପ୍ରୀତି କୁଞ୍ଜବନେ

      ସ୍ମୃତି ତାନ ଝରିଆସେ

ସ୍ମୃତିର ବେସୁରା ରାଗିଣୀ ଝଙ୍କାର

       ସ୍ମୃତିର ବିରହ ରସେ ll


ସ୍ମୃତି ରେଖା ମନେ  ଆଙ୍କି ମୋ ଦେଇଛ 

       ସ୍ମୃତି ରଙ୍ଗ ତୂଳୀ ଧରି 

ସ୍ମୃତିର ସେ ରଙ୍ଗ  ଲିଭାଇ ପାରୁନି 

       ସ୍ମୃତି ହୁଏନି ପାଶୋରି ll


ସ୍ମୃତିର ମହଲ  ତୋଳି ଥିଲ ଯେଉଁ 

      ସ୍ମୃତିର ଅଳକା ନନ୍ଦା

ସ୍ମୃତିର ପାଉଁଜି  ରୁଣୁଝୁଣୁ ଶୁଭେ 

      ସ୍ମୃତି ତମ ପାଦ ଛନ୍ଦା ll


ସ୍ମୃତି ମଦିରାକୁ  ପାନ କରି ଆଜି 

      ସ୍ମୃତି ଗର୍ଭେ ହେବି ଲୀନ

ସ୍ମୃତି ମନ୍ଦାକିନୀ  ମୋ ପ୍ରିୟା ମାନସୀ 

       ସ୍ମୃତି ତମେ ରୂପାଜହ୍ନ ll


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance