ସ୍ମୃତି-4
ସ୍ମୃତି-4
ଆଜି ମଧ୍ୟ ବାଇ ଚଢ଼େଇଟି ବସା ବାନ୍ଧି,
ଚାହିଁ ବସିଛି ଦୂର ଆକାଶକୁ,
କେତେ ଦୂର ତାହାର ଦୃଷ୍ଟି ଯାଏ କେଜାଣି ?
କିନ୍ତୁ ତୁମେ ଯାଇଥିବା ଦିଗରେ,
ପ୍ରକମ୍ପିତ ହୁଏ ତାହାର ଗୀତ I
ତାହାକୁ ଆଶ୍ରା ଦେଇଥିବା ତାଳ ଗଛ,
ଆଜି କାଲି ନିରବି ଯାଇଛି,
ମୋର ଦିନ ଦିପହରର ଆଗମନରେ I
ବତାସ ଅନେକ ସହିଛି,
ତଥାପି ଆଜି ମଧ୍ୟ ଦେଖେ,
ତୁମର ଫେରନ୍ତା ପଥକୁ I
ମୋର ଭଙ୍ଗା ମନକୁ,
ବିରହ ନିଆଁର ଦାଉରୁ,
ଘୋଡେଇ ରଖିବାକୁ,
ଅସଫଳ ଏକ ପ୍ରଯତ୍ନ ତାହାର,
ବେଳକୁ ବଦଳୁଥିବା ଛାଇ ଦେଇ I

