ସ୍ମୃତି -10
ସ୍ମୃତି -10
ଦଗ୍ଧ ହେଉ ଅଛି ବନ ଉପବନ,
ତୃଷାରେ ଜଳେ ଜଗତ ସାରା,
ତୁମ ବିନା ମୋର ଏକାନ୍ତ ସଂସାର,
ସ୍ଥଗିତ ଯେମିତି ଜୀବନ ଧାରା I
ସ୍ମୃତି ଢାଳି ଯାଏ ଲୁହର ତଟିନୀ,
କାରଣରେ ଅବା ଅକାରଣରେ,
ନିଦାଘ ପୀଡିତ ସହରରେ କିଆଁ,
ଆଜି ମୁଁ ଏକା, ସିକ୍ତ ଶ୍ରାବଣରେ I

