STORYMIRROR

Pradesh Pratyush

Romance

3  

Pradesh Pratyush

Romance

ସମର୍ପଣର ମଧୁର ସ୍ପର୍ଶ

ସମର୍ପଣର ମଧୁର ସ୍ପର୍ଶ

1 min
238

ତୁମ ପ୍ରୀତିରେ 

ତୁମ ଚିଠିରେ 

ସବୁ ଲୁଚିଛି

ସମୟର ସେ ଅଭୁଲା କ୍ଷଣ ...


ଦୁହେଁ ଆବିଷ୍କାର କରିଥିଲେ

ଦୁହିଁଙ୍କୁ 

ଏକ ନିରବତାର ପର୍ବରେ ...

ସର୍ମପଣର ସେ ମଧୁର ସ୍ପର୍ଶ 

ଖୁବ୍ ନିକଟତର କରିଥିଲା

 ଦେହ ମନ ପ୍ରାଣକୁ 


ତୁମ କଥାରେ 

ତୁମ ଇଚ୍ଛାରେ 

ସବୁ ରହିଛି 

ପ୍ରୀତିର ସେ ସମୋହନ ...


ବିଶ୍ୱାସ ଭାଙ୍ଗିଲେ - ଜୀବନ ଚୂନା 

ମନ ହଜିଗଲେ- ହୃଦୟ ବାଟବଣା

ସମ୍ପର୍କକୁ ବୁଝିଗଲେ 

ସବୁଜ ସୁନ୍ଦର

ଜୀବନର ସବୁଜିମା ... ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance