ସମର୍ପଣର ମଧୁର ସ୍ପର୍ଶ
ସମର୍ପଣର ମଧୁର ସ୍ପର୍ଶ
ତୁମ ପ୍ରୀତିରେ
ତୁମ ଚିଠିରେ
ସବୁ ଲୁଚିଛି
ସମୟର ସେ ଅଭୁଲା କ୍ଷଣ ...
ଦୁହେଁ ଆବିଷ୍କାର କରିଥିଲେ
ଦୁହିଁଙ୍କୁ
ଏକ ନିରବତାର ପର୍ବରେ ...
ସର୍ମପଣର ସେ ମଧୁର ସ୍ପର୍ଶ
ଖୁବ୍ ନିକଟତର କରିଥିଲା
ଦେହ ମନ ପ୍ରାଣକୁ
ତୁମ କଥାରେ
ତୁମ ଇଚ୍ଛାରେ
ସବୁ ରହିଛି
ପ୍ରୀତିର ସେ ସମୋହନ ...
ବିଶ୍ୱାସ ଭାଙ୍ଗିଲେ - ଜୀବନ ଚୂନା
ମନ ହଜିଗଲେ- ହୃଦୟ ବାଟବଣା
ସମ୍ପର୍କକୁ ବୁଝିଗଲେ
ସବୁଜ ସୁନ୍ଦର
ଜୀବନର ସବୁଜିମା ... ।

