STORYMIRROR

Kulamani Sarangi

Inspirational

3  

Kulamani Sarangi

Inspirational

ସମର୍ପଣ

ସମର୍ପଣ

1 min
25


ନୀଳ ପାହାଡ଼ରୁ ଯାଉଛି ବହି ତ୍ରିବେଣୀ ଧାରା,

ଗଙ୍ଗା, ଯମୁନା ସରସ୍ବତୀ ରତ୍ନବେଦୀରୁ ପରା,

ଖସିପଡିଛି ଆକାଶର,

ଗଙ୍ଗା ଯମୁନା ବେନିଧାର,

ହଳଦୀମୁହୀ ସରସ୍ବତୀ ସମ ଅଛନ୍ତି ମିଶି,

ପବିତ୍ର ହୋଇବା ଭକତେ ଆସ ସେ ଜଳେ ଝାସି।


ସୂରୁଜ ଉଇଁଲେ ସକାଳେ ଯହିଁ ନୁଆଁଏ ଶିର

ଚନ୍ଦ୍ରମା ଆସିଲେ ସଞ୍ଜରେ ଯହିଁ କରେ ଯୁହାର,

ସେଇ ତ ଏ ନୀଳ ଉଆସ

ଯହିଁ ଲକ୍ଷ୍ମୀଙ୍କର ନିବାସ,

ଆଶୀର୍ବାଦ ଝରିପଡୁଛି ଯହିଁ ଜଗତ ପାଇଁ,

ପବିତ୍ର ହୋଇବା ଭକତେ ତାର ପାହାଚ ଛୁଇଁ।


ବରାଭୟ ଯାର ଅନନ୍ତ କାଳ ପାଇଛି ବିଶ୍ବ,

ସମଦୃଷ୍ଟି ପାଇ ଯାହାର ପ୍ରକୃତି ହୁଏ ପୁଷ୍ଟ,

ସେହି ପୁରୁଷ ଅନୁମନ୍ତା,

ସେହି ବିଶ୍ବର ପ୍ରାଣଦାତା,

ସମର୍ପିତ ଆସ ହୋଇବା ତେଜି ଭୟ ଭୀତିକୁ,

ହାତ ଟେକିଦିଅ ଭଗତେ ଚାହିଁ ବଳୀଭୁଜକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational