ସମର୍ପଣ
ସମର୍ପଣ
ଆସ ପ୍ରିୟ ! ଉଛୁର ହେଲାଣି
ମନେ ଜାଳି ବସିଛି ଦୀପାଳି
ବନ୍ଦାପନା କରି ନେବି ପୁରେ
ହାତେ ଧରି ପୂଜା ଅର୍ଘ୍ୟ ଥାଳି ।
ଧୋଇଦେବି ପାଦ ଆଖି ନୀରେ
ପିନ୍ଧା ପଣତରେ ଦେବି ପୋଛି
ଆଙ୍କି ଟୀକା ପ୍ରୀତି ଚନ୍ଦନର
ନୈବେଦ୍ୟ ରେ ବାାଢିବି ଭକତି ।
ଅଙ୍କ ପଲଙ୍କ ରେ ବିଶ୍ରାମିବ
କରୁଥିବି ପଙ୍ଖା ପ୍ରଚାଳନ
ମନ୍ଦ ମନ୍ଦ ହସ ଅଧର ରେ
ମୋହୁୁଥିବ ଏ ଦାସୀ ମନ ପ୍ରାଣ ।
ନୀରବ ଆଳାପ ନୟନର
ତୋଳୁୁଥିବ ମଧୁର ମୂର୍ଛନା
ମିଳନର ଶାହାନାଇ ସ୍ବରେ
ଏକ ମଧ୍ୟେ ଆନ ଆନମନା ।