Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Romance Fantasy

3  

Kalpana Kumari Pradhan

Romance Fantasy

ସମର୍ପିତା

ସମର୍ପିତା

1 min
134


ପ୍ରେମ କୁ ମୋହର ଦେଇଛ ସ୍ୱୀକୃତି

ମଥାରେ ସିନ୍ଦୂର ଦେଇ

ସାଥୀ ହୋଇଅଛେ ଜନ୍ମ ଜନ୍ମ ପାଇଁ

ଧରମକୁ ସାକ୍ଷୀ ରଖି l


ସମର୍ପି ଦେଇଛି ତୁମ ଚରଣ କମଳେ

ହୃଦୟ ପୁଷ୍ପକୁ ମୋର

ଅତି ଯତନ ରେ ସଜାଇ ରଖିଛ

କରିଣ କଣ୍ଠର ହାର l


ଶଙ୍ଖା ସିନ୍ଦୂର କୁ ନମଣେ ଆଭୂଷଣ

ହୃଦର ସ୍ପନ୍ଦନ ଧରେ

ବଜ୍ର ପରି ଟାଣ କରିଥାଅ ତାକୁ

ବିନତି ମୋ ବିଭୁପୟରେ l


ତୁମ ପଦ ସେବା କରୁଥିବି ସଦା

ଥିବା ଯାଏଁ ପରାଣ

ପଦେ ମିଠା କଥା ସ୍ମିତହସ ଟିକେ

ବଞ୍ଚିବା ପାଇଁତ ଇନ୍ଧନ l


ସକଳ କ୍ଳେଶ ହରଣ କରିକି ପାରନ୍ତି

ବହିଥାନ୍ତି ମୋର ଅଙ୍ଗେ!

ଆନନ୍ଦେ ସଦା ରହନ୍ତେ ମୋ କାନ୍ତ

ପ୍ରେମର ସାତ ରଙ୍ଗେ l


ଜୀବନ ବାଟରେ ସଂସାର ରଥ ଯେ

ଚକ ଆମେ ପତିପତ୍ନୀ

ଗଡେ ସେ ଯେ ଅଙ୍କାବଙ୍କା ପଥେ

ପୀରତିର ବଳ ନେଇ l


Rate this content
Log in

Similar oriya poem from Romance