STORYMIRROR

pranati Mahapatra

Abstract

2  

pranati Mahapatra

Abstract

ସ୍ମରଣେ

ସ୍ମରଣେ

1 min
196


ପ୍ରଣମ୍ୟ ହେ ବୀର ସୁରେନ୍ଦ୍ର ସୁଭାଷ

ଭାରତୀର ବୀର ସୁତ,

ତବ ଜନ୍ମଦିନେ ଏ ସାରା ଭାରତ 

ପାଳନରେ ମୁଖରିତ।

ନ୍ୟାର୍ଯ୍ୟ ଅଧିକାର ପାଇଁ ପଢିଥିଲ

ଶରୀରରୁ ଦେଇ ରକ୍ତ,

ଅଖଣ୍ଡ ଭାରତ ସ୍ଵପ୍ନ ତୁମ ଆଜି 

ଆପେ ଖଣ୍ଡବିଖଣ୍ଡିତ।

କେମିତିକା ନୀତି କିଭଳି ଶାସନ

ଦେଖୁଅଛି ଆଜ ନେତ୍ର,

ଲାଗୁଛି ସତେକି ଗୋରା ଫିରିଙ୍ଗିଙ୍କ

 ଶାସନରେ କବଳିତ।

ପ୍ରତି ମୂହୁର୍ତ୍ତରେ ଅଶାନ୍ତିର ନେତ

ଉଡେ ଫରଫର ହୋଇ,

ପ୍ରତିବାଦ ସ୍ଵର ନୀରବି ଯାଇଛି 

ପ୍ରତିକାର କିଛି ନାହିଁ।

ସବୁଠି ତୁମକୁ ପୁଷ୍ପମାଲ୍ୟ ଦେଇ

ତୁମ ଗୁଣର ଭାଷଣ,

ବଖାଣି ନିଜକୁ ଜ୍ଞାନୀ ବୋଲାଅନ୍ତି

ଖାଲି ଲୋକ ଦେଖାଣିଆ ପଣ।

ନିଅ ଆଉ ଥରେ ଏ ଧରାବୁକୁରେ

ତୁମେ ମଣିଷ ଜନମ ,

ଅକଲ,ଜ୍ଞାନ ଓ ସାହସ ମଶାଲ

ଜାଳିଦିଅ ହୃଦେ ଆମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract