ସମ୍ପତ୍ତି
ସମ୍ପତ୍ତି
ଆଜି ସବୁ କହିବି
ଯାହା କିଛି ଅଛି ସମ୍ପତ୍ତି
ଧୈର୍ଯ୍ୟ ଧରି ତୁମେ ଶୁଣିକି ପାରିବ
ଯଦି ନଥାଏ କିଛି ଆପତ୍ତି
କିଛି ଆଶା କିଛି ନିରାଶା ଅଛି
ରହିଛି ପୁଳାଏ ଅଧୁରା ସ୍ୱପ୍ନ
ରଙ୍ଗହୀନ ମୋର ଏଇ ଜୀବନ
ମେଞ୍ଚାଏ ହୃଦୟ ଖୋଲା ହସ
କେହି ମୋତେ ବୁଝି ନ ପାରିବାର ଅବଶୋଶ
ଏକା ଏକା ବଞ୍ଚିବାର ଆତ୍ମ ବିଶ୍ୱାସ
ମୋର ମଲା ମନ ,ଉଆଁସୀ ଜହ୍ନ
ଅନ୍ଧାର ରାତିରେ କି ପ୍ରୟୋଜନ
ରହି ରହି କରେ ମୁକ୍ତି ନିବେଦନ
ନିଜର ବୋଲି ତୁମେ ନଭାବ ନାହିଁ
ନିଃଶ୍ୱାସ ବିଶ୍ୱାସ ମୋ ଭାଙ୍ଗିବ ନାହିଁ
ତୁମ ଫେରିବା ଆଶାରେ ରହିବି କାହିଁ

