STORYMIRROR

Indrabadal Mohanty

Abstract

3  

Indrabadal Mohanty

Abstract

ସମ୍ପର୍କରେ...

ସମ୍ପର୍କରେ...

1 min
321

ସମ୍ପର୍କରେ ବନ୍ଧୁତ୍ୱର ପରିମାଣ ଆଜି ଶିଖର ଛୁଇଁଯାଏ ସବୁବେଳେ ଆମ ଭିତରେ,


ସଂପର୍କ ରାସ୍ତାରେ ଯେବେ ମୁହାଁମୁହିଁ ହଉ ଆମେ ଅହଂଭାଵ ଜନ୍ମନିଏ ଆମ ହୃଦୟରେ


କାହା ପାଇଁ କିଏ ଆଜି ଦୁଇଧାଡ଼ି ଲେଖିଦିଏ କିନ୍ତୁ କହିପରେନା ତା ହୃଦୟର ବ୍ୟଥାକୁ,


ପୁଣି କାହା ପାଇଁ କିଏ ଆଜି ତା ଅଜାନତେ ଯତ୍ନର ସହ ସାଥିରେ ରହିଥାଏ କିନ୍ତୁ ଦେଖାଇ ପାରେନା କାହାକୁ


ବନ୍ଧୁହେ ସମ୍ପର୍କରେ ବନ୍ଧୁତ୍ୱର ଦେଖାଯାଏ ନାହିଁ ଯେପର୍ଯ୍ୟନ୍ତ ତାକୁ ଅନୁଭୂତି କି କୁହା ହୋଇନଥାଏ,


ସମ୍ପର୍କରେ ନିଜର କହିବାକୁ ଅହଂଭାବର କାରଣ ଏ ଦୁନିଆରେ ତିଳେ ହି ମାତ୍ର ନଥାଏ


ଯେତେବେଳେ ସମସ୍ତ ହୃଦୟରେ ସମ୍ପର୍କର ଲାଳସା ରହିଥାଏ ସେତେବେଳେ ପର୍ଯ୍ୟନ୍ତ କିଛି ବି ଅସୁବିଧା ହୋଇନଥାଏ,


ମନେରଖ ଯେତେବେଳେ ସମ୍ପର୍କରେ ଦୂରତା ଆସିଯାଏ ତେବେ ଦୋଷ କେବଳ ସେ ଦୁହିଁଙ୍କର ହୋଇନଥାଏ


ବନ୍ଧୁ ହେ ଥରେ ମାତ୍ର ଭୁଲ ସ୍ୱୀକାର କରି ବୁଝାଇ ଦିଅ ବନ୍ଧୁକୁ ବୋଧେ ସମ୍ପର୍କ ବଂଚିଯିବ,


ବନ୍ଧୁତ୍ୱ ଆଗରେ ଅହଂଭାବ କୁ ଦୁରେଇ ରଖିଲେ ସମ୍ପର୍କର ଡଙ୍ଗା ଧୀରେ ଧୀରେ ଆଗକୁ ବଢିବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract