STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Abstract

2  

ପ୍ରିୟଦର୍ଶିନୀ ମହାନ୍ତି

Abstract

ସମ୍ପର୍କର ସୂତା

ସମ୍ପର୍କର ସୂତା

1 min
137

ସମ୍ପର୍କର ସୁତାଖିଆଟିଏ 

ବଢ଼େଇ ଦେଇଥିଲି ତୁମ ହାତକୁ,

ତୁମେ ବି ଯୋଡି ଦେଲ ସମ୍ପର୍କକୁ 

ବିନା କିଛି ପ୍ରଶ୍ନବାଚୀରେ


ମୁଁ ମାନିନେଇଥିଲି ତୁମକୁ 

ଇହକାଳ ପରକାଳର ଦେବତା

ବିନା ହୋମ ନିଆଁରେ,

ବିନା ଶଙ୍ଖା ସିନ୍ଦୁର

ଆଉ ବିନା ସାତ ବଚନରେ


ଜାଣିଥିଲି କିଛିଟା କଦର୍ଯ୍ୟ ନିୟମ

ମାନ୍ୟତା ଦେବନି ସମ୍ପର୍କକୁ,

ସେଥିପାଇଁ ଲୁଚେଇ ରଖିଲି

ଗହନ ମନରେ,

ତୁମ ନାଁ ସହ ମୋ ନାଁ 

ଲେଖିଥିଲି ଅଲକ୍ଷରେ

ଡାଈରୀର ପ୍ରତି ପୃଷ୍ଠାରେ


ମୋ ଡାଈରୀରେ ସାଇତା ନାଁ ଟି   

ଏବେ ସମସ୍ତଙ୍କ ତୁଣ୍ଡରେ,

ଶୁଣିବାକୁ ମିଳୁଥିଲା ବାରମ୍ବାର 

ସେ ପ୍ରେମରେ ହେଉ କି ଘୃଣାରେ

ନିଜକୁ ତୁମ ପ୍ରେମ କବଳରୁ

କେମିତି ବା ମୁକୁଳେଇ ପାରେ,

ତୁମକୁ ଭୁଲିବାର ବାରମ୍ବାର ଧମକ ହିଁ 

ପ୍ରେମରେ ପଡ଼ିବାକୁ ବାଧ୍ୟ କରେ


ଭଲ ପାଇବା କୁହ ବା କୁହ ତାକୁ ଜିଦ୍

ଭଲ ଲାଗେ ତୁମ ପାଇଁ

ଅତିକ୍ରମ କରିବାକୁ ସବୁ ବ୍ୟତିକ୍ରମ,

ଅନ୍ତରରୁ ଅନ୍ତର କରିବାର ଦାଗିଦ୍

କରିଦେଲା ତୁମକୁ ଅତି ଅନ୍ତରଙ୍ଗ,


ତୁମେ କିନ୍ତୁ ଉଲଂଘନ କଲ

ନିୟମର ପାଚେରୀକୁ,

ଆଉ ଦେଲ ସମ୍ପର୍କକୁ 

ସାମାଜିକ ସ୍ୱୀକୃତି

ଏଠି ବୁଝିବା ଲୋକବି

ନିୟମ ଜାବୁଡି ବୁଝିପାରେନି

ପ୍ରେମର ଯତି


"କିଛି ପାଇବାକୁ ହେଲେ

କିଛି ହରେଇବାକୁ ପଡେ"

ମୁଁ ତ ହରେଇନି କିଛି

ତୁମରି ଭିତରେ ମିଳିଛି 

ମତେ ଅଜସ୍ର ସମ୍ପର୍କର ଭିଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract