ସମ୍ପର୍କର ସେତୁ
ସମ୍ପର୍କର ସେତୁ
ମୋ ଜେଜେ ମାଆ ବୁଢ଼ୀ
ବୁଗୁଡ଼ାରୁ ଆସୁଛି ।
ବୟସ ତାର
ପାଞ୍ଚ କୋଡି ପାଞ୍ଚ
କପାଳ ରେଖା ତାର ଅସ୍ପଷ୍ଟ
ବଙ୍କୁଲି ବାଡିରେ
ଆଖିରେ ଚଷମା
ପାଦ ଥରୁଛି
ଟଳମଳ ହେଉଛି
ତଥାପି
ସେ ବଞ୍ଚିବାକୁ ଚାହିଁଛି ।
ଭୁଲି ପାରୁନି
ସମ୍ପର୍କର ଡୋରି
ବାଧା ଦେଉନି ବୟସ
ଦେହରେ ତା'ର
ଅମାପ ଶକ୍ତି
ଭେଟିବାର ନିଶା
ଆତ୍ମିୟ ଦର୍ଶନ ପାଇଁ
ବହୁତ ଦୂରରୁ ଧାଇଁ ଆସିଛି
ସମ୍ପର୍କର ସେତୁ ନେଇ
