STORYMIRROR

GAGAN KUMAR DASH

Inspirational

3  

GAGAN KUMAR DASH

Inspirational

ସମ୍ପର୍କର ସେତୁ

ସମ୍ପର୍କର ସେତୁ

1 min
244


ମୋ ଜେଜେ ମାଆ ବୁଢ଼ୀ

ବୁଗୁଡ଼ାରୁ ଆସୁଛି ।


ବୟସ ତାର 

ପାଞ୍ଚ କୋଡି ପାଞ୍ଚ

କପାଳ ରେଖା ତାର ଅସ୍ପଷ୍ଟ

ବଙ୍କୁଲି ବାଡିରେ 

ଆଖିରେ ଚଷମା

ପାଦ ଥରୁଛି

ଟଳମଳ ହେଉଛି

ତଥାପି 

ସେ ବଞ୍ଚିବାକୁ ଚାହିଁଛି ।


ଭୁଲି ପାରୁନି 

ସମ୍ପର୍କର ଡୋରି

ବାଧା ଦେଉନି ବୟସ

ଦେହରେ ତା'ର 

ଅମାପ ଶକ୍ତି 

ଭେଟିବାର ନିଶା

ଆତ୍ମିୟ ଦର୍ଶନ ପାଇଁ

ବହୁତ ଦୂରରୁ ଧାଇଁ ଆସିଛି

ସମ୍ପର୍କର ସେତୁ ନେଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational