Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijaya Panda

Abstract

5.0  

Bijaya Panda

Abstract

ସମ୍ପର୍କର ସେତୁ

ସମ୍ପର୍କର ସେତୁ

1 min
337


ସମ୍ପର୍କର ସେତୁ

ଏକ

ଅମାନିଆ ନଇ ପରି

ମାନ ଅଭିମାନର ସୁଅ ଛୁଟି ଥାଏ

ଅହନିଶି ।


କେବେ ସବୁ ଜାଣି ଅଜଣା

କେବେ,

ଅଜାଣତରେ

ଭାଙ୍ଗିରୁଜି ଚୁରମାର

ସମ୍ପର୍କର ସେତୁ ।


ପୁରା ଜୀବନ ବିତିଯାଏ

ଏ ସମ୍ପର୍କକୁ ବୁଝିବାରେ

କେବେ ରାଗ ରୁଷା

କେବେ ମିଛ ଅଭିନୟ

କେବେ ଅଦିନିଆ ଝଡ଼

ଲିଭାଇ ଦିଏ ସବୁ ଚିହ୍ନ ବର୍ଣ୍ଣ,

ବାକି ରହିଯାଏ ଅଞ୍ଜୁଳାଏ ସ୍ମୃତି ।


ଦିନ ସରି ରାତି ଆସେ

ଉଁଏ ପୁଣି ଚାନ୍ଦ

ମୁରୁକି ହସେ

ପ୍ରଶ୍ନବାଚୀ କରେ

ନୀରବତାକୁ,

ନିସଙ୍ଗତାକୁ

ଶିଥିଳ ଦେହକୁ ।



Rate this content
Log in