STORYMIRROR

Beenapani Seth

Abstract

3  

Beenapani Seth

Abstract

ସମ୍ପର୍କର ନିବିଡ଼ତା

ସମ୍ପର୍କର ନିବିଡ଼ତା

1 min
190

ସମ୍ପର୍କର ନିବିଡ଼ତା

ତୁମେ କି ବୁଝିବ

ପ୍ରେମର ଅଭୁଲା ସେ ଦିନ

ମନେ ଆଉ କଣ ଥିବ

ଭାବର ବନ୍ଧନ ଥିଲା ସଜ ପ୍ରସ୍ଫୁଟିତ

ଅଧରରେ ମିଠା ହସ ଥିଲା ଜର୍ଜରିତ

ହସ ଖୁସିର ଆସର ରେ

ବିତି ଯାଉଥିଲା ସାରା ଦିନ

ରାତ୍ରିର ଘନ ଅନ୍ଧକାରେ

ଦେଖାଉଥିଲ ମିଠା ସପନ

ସମ୍ପର୍କର ଡୋରି ଧୀରେ ହେଲା ଦୁର୍ବଳ

ସଜାଡ଼ିବାକୁ ନାହିଁ ମୋ ପାଖେ ଆଜି ବଳ

ସ୍ମୃତି ରେ ବିତିଯାଇଥିବା ଦିନ

ଅଜଣା ଭୟ ରେ ଭୟଭୀତ ମୋ ମନ

ପ୍ରେମ , ବାସ୍ନା, ପିତା, ପୁତ୍ର

ସବୁ ସମ୍ପର୍କଠୁ ଆଜି ତୁମେ ଦୂରେ

ଛାଡି ଚାଲିଗଲ ଜୀବନ ସଂଗ୍ରାମେ

ପର କରି ନିଜ ଅନ୍ତିମପୁରେ

ସମ୍ପର୍କ ର ସବୁ ମୂଲ୍ୟ

ଛିନ୍ନ କରି ଚାଲିଗଲ

ଅଜଣା ରାଇଜକୁ ଜାଇ

ମତେ ଭୁଲିଗଲ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract