STORYMIRROR

Ramakanta Das

Inspirational

4  

Ramakanta Das

Inspirational

ସମ୍ପର୍କର ନଦୀତୀରେ

ସମ୍ପର୍କର ନଦୀତୀରେ

1 min
342


ସମ୍ପର୍କର ନଦୀତୀରେ

     ସମସ୍ତେ ନାଉରି

ସୁଖ ଓ ଦୁଃଖରେ ବନ୍ଧା

     ସମ୍ପର୍କର ଡୋରି


ବାଇଚଢେଇ ପରି

     ବସା ଗଢେ ମା

ସବୁ ଦୁଃଖ ସବୁ କଷ୍ଟ

       ସହିଥାଏ ମା


ରକତକୁ ପାଣି କରି

      କର୍ମ କରିଥାନ୍ତି ବାପା

ଖାଦ୍ୟ ଯୋଗାଇ ଥାନ୍ତି

      କିବା ଖରା ବର୍ଷା


ପୁଅଝିଅଙ୍କର ମୁହେଁ

       ହସ ସେ ଫୁଟାନ୍ତି

ଜୀବନର ସେବୁ ଦୁଃଖ

       ସହି ସେ ଯାଆନ୍ତି


ଏମିତି ଭାବରେ ବନ୍ଧା

       ସମ୍ପର୍କର ସେତୁ

ସେତୁବନ୍ଧ ପରି ସେ

       ବାନ୍ଧି ହୋଇ ରହୁ


ଭାଇଭଉଣୀ ସମ୍ପର୍କ

        ବହୁତ ସୁନ୍ଦର

କଳି, ଝଗଡା ପରେ ବି

         ହୁଅନ୍ତିନି ପର


ଦୁଇ ଚକ୍ଷୁ ପରି ଅଟେ

       ତାଙ୍କରି ସମ୍ପର୍କ

କେହି କାହାରି ମନେ

        ଦିଅନ୍ତିନି ଦୁଃଖ


ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ

        ଅତି ଆପଣାର

କେହି କାହାରିକୁ କେବେ

       କରନ୍ତିନି ପର


ସିନ୍ଦୂର ଲଗାଏ ସ୍ତ୍ରୀ

      ସ୍ୱାମୀର ଶୁଭମନାସି

ସ୍ୱାମୀ ପୂରଣ କରିଥାଏ

      ସ୍ତ୍ରୀର ସବୁ ଖୁସି


ଦୁଇ ବନ୍ଧୁଙ୍କ ସମ୍ପର୍କ

      ଦୁଇ ଭାଇ ପରି

ଏମିତି ଭାବରେ ବନ୍ଧା

      ସମ୍ପର୍କର ଡୋରି


ହସଖୁସିରେ ଭରା

       ଏଇ ଆମରି ଜୀବନ

ସମ୍ପର୍କ ବିନା ଏ

       ଜୀବନଟା ଶୂନ୍ୟ


ସମ୍ପର୍କ ଅଟଇ

      ସୂତାଖିଅ ପରି

ସମ୍ପର୍କକୁ ବାନ୍ଧି ରଖେ

       ଆମ ସ୍ନେହ ଡୋରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational