STORYMIRROR

Rabindra kumar Sahoo

Romance Tragedy

4  

Rabindra kumar Sahoo

Romance Tragedy

ସମ୍ପର୍କର ନଦୀ ତୀରେ

ସମ୍ପର୍କର ନଦୀ ତୀରେ

1 min
191

କେବେ ତୁମେ ଏ ପାରିରେ

କେବେ ତୁମେ ସେ ପାରିରେ

ଜୀବନ ସାରା ରହିିିଲି

ମୁଁ ତୁମ ଅପେକ୍ଷାରେ

ତୃଷିତ ମୃଗ ସାଜି

ଖୋଜି ଚାଲିଛି ଆମ ପ୍ରେମକୁ

ମୁଁ ମୋ ଜୀବନ ସାରା

ତୁମ ଓ ମୋ ଭିତରର

ସଂପର୍କର ନଦୀ ତୀରେ ।

କାମାଗ୍ନିରେ ଜଳି ଜଳି

ତୁମ କଥା ଭାଳି ଭାଳି

ଶୟନେ ସପନେ

ଅବା ଜାଗରଣେ

ଜୀବନର ଲକ୍ଷ୍ୟ ଗଲି ଭୁଲି

କେବେ ରହୁଥିଲି ହସରେ

କେବେ ପୁଣି ଲୁହରେ

ଖୋଜି ଚାଲିଛି ଜୀବନ ସାରା

ତୁମ ପ୍ରେମର ଅଭୁଲା ସ୍ମୃତି

ଆମ ଏ ସମ୍ପର୍କର ନଦୀ ତୀରେ ।

ପ୍ରୀତି ପ୍ରଣୟର ତୁମେ ଯେ ପ୍ରଣୟିନୀ

ତୁମେ ଥିଲ ମୋ ଜୀବନର

ଚିରସ୍ରୋତା ମନ୍ଦାକିନୀ

ଦିଗହରା ବେଗହରା

ପାଗଳ ପ୍ରେମିକଟିଏ

ସାଜିଥିଲି ମୁଁ ଯେ ତୁମରି ପରା

ପ୍ରେମର ବାସନାରେ ବାସ୍ନା ଭରି

ମଝି ନଈରେ ଭସାଇ ଏକା ଏକା

ପ୍ରେମର ଯମୁନା ନଦୀକୁ

କରିଦେଲ ପାରି ପରା

ତୁମ ପରି ପ୍ରିୟାର

ପଣତକାନିକୁ କରିଥିଲି ଆଶରା

କେବେ ତୁମ ପାଇଁ ଭିଜୁଥିଲି ବର୍ଷାରେ

କେବେ ପୁଣି ତୁମ ପାଇଁ ସିଝୁଥିଲି

ଢୁ ଢୁ ନିଦାଘ ଖରାରେ

ଭୁଲି ଯାଇ ସବୁ ସ୍ମୃତି

ପ୍ରେମକୁ ଆମ କରି ଇତି

ଆନମନା ହୋଇ

ଅଜ୍ଞାତ କୁଳ ଶୀଳ ହୀନ ସହ

ଗାଇଲ ତୁମ ଜୀବନର ପ୍ରେମଗୀତି ।

ତୁମେ ଥିଲ ମୋ ମନ,

ହୃଦୟ ଓ ନୟନର ତାରା

ତୁମେ ମୋ ଦୁ଼ଃଖ ପସରା

ପୀରତି ନଦୀର ପୀୟୁଷେ ଭରା

ସେ ପାଇଁ ଏ ମନ, ହୃଦୟ

ଏବେ ବି ତୁମକୁ ଝୁରେ

ଭାଳି ତବ ପ୍ରେମ ଗାଥା

ଅହରହ ଲୋତକ ମୋ

ଚକ୍ଷୁରୁ ଝରେ

ଏବେ ବି ଖୋଜେ ମୁଁ ତୁମକୁ

ଆମ ସମ୍ପର୍କର ନଦୀ ତୀରେ ।

କାହିଁଗଲ କାହିଁଗଲ

କି ପାଇଁ ଏମିତି କଲ

ଆମ ପ୍ରେମ ରହିଲା ଅଧୁରା

ଜନ୍ମଜନ୍ମାନ୍ତରର ନିବିଡ ସମ୍ପର୍କେ

କିମ୍ପା ଲଗାଇଲ ସମ୍ପର୍କର ଦାଗ କଳା

ତୁମର ସେ ହସ ତୁମର ସେ ବେଶ

ତୁମ ଆଖିର ଚୋରା ଚାହାଣି

ଆଗୋ ମୋ ମୃଗ ନୟନୀ

ମନକୁ ମୋ ନେଉଥିଲା କିଣି

ରାଜହଂସୀ ଚାଲି ପାରୁଛି ମୁଁ ଭୁଲି

ପ୍ରୀତି ଓ ପ୍ରଣୟର ସତେ କି ଥିଲ

ମୋ'ର ଆସମନ୍ ତାରା

କି ପାଇଁ ନ ଦେଇ ଧରା

ମୋ ଜୀବନ ଯୌବନକୁ

ଜାଳି ପୋଡି ଦେଲ ପରା

ଅନ୍ଧ ଭାବେ ସାଇତିଥିଲି ତୁମକୁ

ମୋ ହୃଦୟରେ

ତୁମେ କି ବୁଝି ନ ପାରିଲ

ମୋ ପ୍ରେମର ଗଭୀରତା ତିଳେ

ଆଜି ବି ଏ ମନ, ଏ ହୃଦୟ

ତୁମ ସେ ଅଭୁଲା ପ୍ରେମକୁ ଝୁରେ

ଅହରହ ଖୋଜିବୁଲେ ତୁମକୁ

ଆମର ସେ ସଂପର୍କର ନଦୀ ତୀରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance