Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Snigdha Nayak

Romance Tragedy

4.3  

Snigdha Nayak

Romance Tragedy

ସମ୍ପର୍କର ମାପକାଠି

ସମ୍ପର୍କର ମାପକାଠି

1 min
139


ଠିକଣା ହଜିବାର କେତେବର୍ଷ ହେଲା

ଆଉ ଖୋଜିବାର ଆବଶ୍ୟକତା ନ ଥିଲା ।


ହଜିଲା ସମ୍ପର୍କର ରଙ୍ଗ

ଗାଢ଼ ଖୁବ୍ ଗାଢ଼ ହୋଇ ବସୁଥିଲା

ରକ୍ତଠୁ ବେଶୀ ନାଲି

ଯୌବନଠୁ ବେଶୀ ମସୃଣ ।


ସେ ଆଉ ମୁଁ ଏବେ ଏକାଠି ନ ଥିଲୁ

ତଥାପି ଏକାସହ ଥିଲୁ

କେବେ ଦିନେ ବିଚ୍ଛେଦ ରେ ଭୟାତୁର ହେଇଥିଲୁ

ଆଉ ଆଜି ବିଚ୍ଛେଦରେ ବି

ବିଚ୍ଛେଦ ବିଚ୍ଛେଦ ବିଚ୍ଛେଦ କଣ

ଏବେ ତ ଏହି ବାକ୍ୟ ପାଖରେ ନ ଥିଲା ।


ଜଣେ ଶରୀର ଆଉ ଜଣେ ଆତ୍ମା ଥିଲୁ

ମୃତ୍ୟୁ ନ ଆସିବା ଯାଏଁ କି ବିଚ୍ଛେଦ ଯେ

ମୋ ରାତି ବିଛଣାରେ ସେ ଥାଏ

ତା' ସକାଳ ଚା' କପ୍ ରେ ମୁଁ ଥାଏ ।


ଆଗ ଆମ ଭିତରେ ପ୍ରେମ ଥିଲା

କିଛି ମାପକାଠିରେ ,

ମାପି ହେଉଥିବା ଦୈଘ୍ୟ ଆଉ ପ୍ରସ୍ଥ ନେଇ

ଆଉ ଏବେ ଆମେ ପ୍ରେମ ଭିତରେ ଥିଲୁ

ଯାହାର ଦୈଘ୍ଯ, ପ୍ରସ୍ଥ ଆଉ ଉଚ୍ଚତା

ମାପିବାର ମାପ କାଠି ବି ନ ଥିଲା ।



Rate this content
Log in

Similar oriya poem from Romance