Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Jena

Inspirational Others

4.1  

Pranati Jena

Inspirational Others

ସମ୍ପର୍କର ବେଳା

ସମ୍ପର୍କର ବେଳା

1 min
381


ଜୀବନରେ ଦୁଃଖ ଯାହାର ଜାତକ

    ଆଉ କି ଦୁଃଖରେ ଦେବୁ,

ପାଇବାକୁ ନାହିଁ ପାଉଣା ସନ୍ତକ

    ଲାଭ, କ୍ଷତି ମୂଳ ସୁଧୁ ।


ଜନନୀ ଜଠରୁ ବାଳୁତ କାଳରୁ

     ଚିହ୍ନିଛିରେ ଭାଗ୍ୟ ମୋର,

ମିଛ ସଂସାରରେ ମାୟାର ମାଳିକା

      ଯାହାହୁଏ ହରବର ।


ସବୁମୋର ବୋଲି ମାୟାଜାଲ ଦେଇ

      ବାନ୍ଧିଲୁ ମୋହ ସାଗରେ,

ସମୟ ପାଖରେ ବନ୍ଧନ ଡୋରିରେ

     ଦୁଃଖ, ସୁଖ ସବୁ ହାରେ ।


ଯାହାପାଇଁ ପ୍ରାଣ ନିରତେ ଆତ୍ମାର 

     ପତର ପ୍ରାୟେଟି ହୋଇ,

ଆଜି ସେ ପତର ପଥରେ ପଥର

     କିପରି ହେବରେ ରହି ।


ଧନ, ଦାରା, ସୁତ ମାୟା ମରୀଚିକା

       ନିରତେ ଯାହା ଭାବଇ,

ମିଛର ଦୁଆରେ ସତ ଲୁଚେ ଯାହା

       ନୟନ ଲୁହେ ଭିଜାଇ ।


କେତେ ସମୟକୁ ଯନ୍ତ୍ରଣାର କାରା

       ଅନ୍ୟପାଇଁ ଅଳିକଲି,

ନିଜ ସୁଖ ନିଜେ ଆହୁତିରେ ସ୍ୱାହା

     ମିଛ ସଂସାରେ ହଜିଲି ।


ଆଜି ଏ,ଅଲୋଡ଼ା ଅଖୋଜା ମଣିଷ

     ପ୍ରାୟଶ୍ଚିତ କରେରହି,

ଶ୍ରଦ୍ଧାର ମନ୍ଦିର ଅଶ୍ରଦ୍ଧା ବିଶେଷ

      ଭାଙ୍ଗିଯାଏ ଲୁହେ ବହି ।


କେହିତ ନ ଜାଣୁ ଜାଣିଛୁରେ ରହି

     ଜୀବନ ପ୍ରଦୋଷ ମୋର,

ପ୍ରତି ମୁହୂର୍ତ୍ତରେ ଦୁଃଖ ଯାହା ସହି

      ସ୍ବପ୍ନରେ ବଞ୍ଚିବା ସାର ।


ସ୍ବପ୍ନତ ଅଳିକ କଳିକେ ପାରିବ

     ମିଛ କଳଙ୍କରେ ଭରା,

ନିର୍ମାୟା ମଣିଷ ଜାଣେ କେ ସ୍ଵଭାଵ

    ଯାତନା ସ୍ପର୍ଶେ ଅଧୀରା ।


କହିବା ପାଇଁରେ କିଛି ନାହିଁ ଆଉ

     ଦେଖାଇଲୁ ମୋତେ ପଥ,

ମୋର ବିନା ସବୁ ଅସାର ଏ, ଭବୁ

      ମୁହିଁତୋର ଦାରା ସୁତ ।


ସମ୍ପର୍କରେ ଆଜି କଳଙ୍କି ଲାଗିଛି

    ମୋହ,ମାୟା ଏଠି ସାର,

ଅଢେଇ ଦିନର ସମୟ ରହିଛି

     କାଳ ଝାମ୍ପିବ ତତ୍ପର ।


ଯେତିକି ଦିନତୁ ସଂସାରେ ରହିବୁ

      ନାମ ଜପାମାଳି କରି,

ଅଢେଇ ଦିନରେ ମୂଲ୍ୟକି ବୁଝିବୁ

      ଜପୁଥା ହୃଦେ ସୁମରି ।


ଯାହାତ ଦେଖିଲୁ ସତ୍ୟତା ପଥରେ

       ସଂସାର ନିୟମ ସାର,

ଭୁଲିଯାଇ ଦୁଃଖ ସାମର୍ଥ୍ୟ ଶରୀରେ

      ମାୟା ପ୍ରହେଳିକା ଦ୍ୱାର ।


ଆସିଥିଲୁ ଏକା ଯିବୁଦିନେ ଏକା

    କେହି ଯିବେନି ସାଥିରେ,

କାହିଁକ କାନ୍ଦୁଛୁ ସବୁପରା ମାୟା

     ଅଛି,ରହିଛି ମୁହୂର୍ତ୍ତରେ ।


ଖେଳ ସରିଗଲେ ବେଳ ବୁଡିଯାଏ

     ପର ହୋଇଯାଏ ସ୍ଥାନ,

ଅଜ୍ଞ ଚେତନାର କାରାଗାରଟିଏ

      ଚକ୍ରବୁହ୍ୟରେ କଷଣ ।


ଭ୍ରମ ତନ୍ମୟତା ବେଦନାକୁ ଦେଇ

     କରେ ଯାହା ପରାହତ,

ସଂସାର ପାଇଁରେ ସମୟ ସରଇ

    ଶେଷବେଳେ ଗୀତା ସତ ।


Rate this content
Log in

Similar oriya poem from Inspirational