STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ସମ୍ପର୍କେ ଜଡ଼ିତ

ସମ୍ପର୍କେ ଜଡ଼ିତ

1 min
380

ଜୀବନ ଦେଇଛୁ ତୁହି ଜଗନ୍ନାଥ

  ସମ୍ପର୍କେ ଜଡ଼ିତ କଲୁ,

ଦେଲୁ କର୍ମଜ୍ଞାନ କର୍ମ କରିବାକୁ

  ତହିଁନୂଆ କ୍ଷେତ୍ରଦେଲୁ।


ନୂଆ କ୍ଷେତ୍ର ତହିଁ ଜୀବିକା ଅର୍ଜନେ

  ସମ୍ପର୍କର ନୂଆ ମୁହଁ,

ନକଲେ ସମ୍ପର୍କ ଚଳିବକି କାର୍ଯ୍ୟ

  ଖୋଲିଲୁ ସମ୍ପର୍କ ମୁହଁ।


ଜୀବନ ଯାତ୍ରାରେ ସମ୍ପର୍କ ମହତ୍ତ୍ଵ

  କର୍ମଜ୍ଞାନେ ତାହାଦେଲୁ,

କ୍ଷଣଭଙ୍ଗୁର ଟି ମନୁଷ୍ୟ ଜୀବନ

  କର୍ମେ ସମ୍ପର୍କ ଆଣିଲୁ।


କର୍ମର ନିମନ୍ତେ ସମ୍ପର୍କ ଜରୁରୀ

   ନାହିଁଗତି ତାହାବିନୁ,

ଯାଏନଦୀ ତୀରେ ମନୁଷ୍ୟର ପିଣ୍ଡ

   କୁଟୁମ୍ବ ନିଅନ୍ତି ତନୁ।


ଅନାଦି ଅନନ୍ତ ତୁହି ଜଗନ୍ନାଥ

   କରିଛୁ ଭିଆଣ ସବୁ,

ସତ୍ୟ ଓ ଅହିଂସା ପ୍ରେମଭକ୍ତି ଶ୍ରଦ୍ଧା

   ମନୁଷ୍ୟେ ଦେଇଛୁ ସବୁ।


ଦେଇଅଛୁ ପୁଣି ପାପଧର୍ମ ଦୁଇ

  ବୁଝେ କର୍ମ ଜ୍ଞାନେ ନର,

କର୍ମ ଅନୁସାରେ ନରେ ଫଳାଫଳ 

  ମୃତ୍ୟୁର ପରେ ବିଚାର।


ମୃତ୍ୟୁ ମଧ୍ୟ ସତ୍ୟ ଶ୍ମଶାନ ଭି ସତ୍ୟ

  ଅଟେ ନଦୀତୀର ସତ୍ୟ,

ପଥ ସମ୍ପର୍କରେ କରୁ ଶକ୍ତିଶାଳୀ

  ଜୀବନେ ସମ୍ପର୍କ ସତ୍ୟ।


ସ୍ମୃତି ରହିଯାଏ ଚିରଦିନ ପାଇଁ

  ପିଣ୍ଡ ଜଳି ହୁଏ ଖାର,

କରନ୍ତି ରୋଦନ ବନ୍ଧୁ ଓ କୁଟୁମ୍ବ

  ଝରେ ଟି ସ୍ମୃତିର ଧାର।


ନୀଳା ଟି ତହର ପ୍ରଭୁ ଦିନବନ୍ଧୁ

  ଚକାନୟନରେ ଦେଖୁ,

କର୍ମ ଧର୍ମ ଜ୍ଞାନ ଦେଇଛୁ ମନୁଷ୍ୟେ

  ହିସାବ ତାହାର ରଖୁ।


ଭଲକର୍ମ କଲେ ସ୍ମୃତିଗୁଞ୍ଜୁ ଥାଏ

  ପ୍ରେରଣା ଦିଏ ସେ ରାଷ୍ଟ୍ରେ,

ଚଲାପଥ ତାର ଅନୁକରଣ ଟି

  କର ଟି ଉନ୍ନତି ରାଷ୍ଟ୍ରେ।


ସମ୍ପର୍କ ଟି ଦିଏ ପ୍ରେମ ନ୍ୟାୟ ଶିକ୍ଷା

  ଧର୍ମ କର୍ମ ବିଭୁ ଭକ୍ତି,

ସମ୍ପର୍କର ନୂଆ ମୁହଁ ଆବିର୍ଭାବେ

  ମିଳେଟି ସମ୍ପର୍କେ ଶକ୍ତି।


ସମ୍ପର୍କେ ଜଡ଼ିତ କରେ କାର୍ଯ୍ୟ ନର

  ନୂଆ ସମ୍ପର୍କରେ ଯୋଡ଼ି,

ରାଷ୍ଟ୍ର ହୀତେ ସେହୁ କରୁ ଥାଏ କାର୍ଯ୍ୟ

  କାଳିଆକୁ ହାତ ଯୋଡ଼ି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract