STORYMIRROR

ମିତା ପଟନାୟକ

Inspirational

3  

ମିତା ପଟନାୟକ

Inspirational

ସମ୍ପର୍କ

ସମ୍ପର୍କ

1 min
11.5K

ଯତ୍ନରେ ଗଢୁ ଗଢୁ 

ଖସି ଯାଏ ସମୟ ର ଫାଙ୍କରେ 

ଆଙ୍ଗୁଳି ସନ୍ଧିରେ ପୁଣି 

ଜୋର କରି ଥାପିଥିବା ପାପୁଲିରୁ


ଲିପାପୋଛା ମନ ଅଗଣାରେ 

ପତିଥିବା ଛୋଟିଆ ସମ୍ପର୍କର ଚାରା 

ସ୍ନେହ ଆଉ ସରାଗ 

ପ୍ରିତି ଆଉ ଫଗୁଣକୁ ନେଇ 

ଭୂଇଁ ତାଡି ଦୁଇ ପତ୍ରୀ 

ହେଉ ହେଉ

କାହାର ନିର୍ଦ୍ଧେଷରେ 

ମୋଡ଼ି ମାଡି ହେଇ 

ଲୋଟି ଯାଏ,

ମୃତ ପ୍ରାୟ 

ଶରୀର ଥାଇ ମଧ୍ୟ 

ସେ ହୁଏ ଅଚଳ,


ଇଚ୍ଛା ମୃତ୍ୟୁ ର ଦଲିଲ 

କେବେ ଠୁଁ ସ୍ଵାକ୍ଷରିତ 

ଅଥଚ ମୃତ୍ୟୁ ବି ଅପହଞ୍ଚ 

ଦୂର ଦେଶୀ ବନ୍ଧୁ ଆଉ 

ଦୂର ପାହାଡ଼ ସବୁବେଳେ ସୁନ୍ଦର,,


ସମ୍ପର୍କ ବି ଏକ ବୃଥା ଆଶ୍ୱାସନା 

ଏକ ବିଡମ୍ବନା ;

କେବେ ନୁହେଁ 

ଏକ ସମ୍ଭାବନା..।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational