STORYMIRROR

Hasyamayee Raj

Abstract

3  

Hasyamayee Raj

Abstract

ସମ୍ପର୍କ

ସମ୍ପର୍କ

1 min
12K

ସମ୍ପର୍କ

ଏକ ଅନାବିଳ ଅନୁଭବ

ଜୀବନକୁ କରେ ମହନୀୟ

ତାର ମଜବୁତ୍ ମୂଳଦୁଆ

ହୃଦୟକୁ କରେ

ଭବ୍ଯ ଶୋଭନୀୟ


ସଂପର୍କ

କେବେ ଦିଏ ହସ

କେବେ ପୁଣି ଭରିଦିଏ ଲୁହ, 

କେବେ ସିଏ ଉଛୁଳା ଆବେଗ

କେବେ ପୁଣି ଅସରନ୍ତି କୋହ



ସଂପର୍କ

ଏକ ସ୍ବଛ ଆଇନା

ଯେଉଁଥିରେ ଦେଖେ ମୁଁ 

ଜୀବନର ଯାବତୀୟ ଚିତ୍ର, 

ସେ କେବେ ଦେଖାଉଥାଏ

ଚାଲିବାକୁ ପଥ

କେବେ ଭରୁଥାଏ

ଜୀବନର ପାତ୍ର।



ସଂପର୍କ

ବୁଝିବାକୁ ଲୋଡା

ଏକ ନିଛକ ହୃଦୟ

ସେ କେବେ ସହୋଦର

କେବେ ପୁଣି ମିତ୍ର, 

ଜୀବନ ବଡ ଦାଣ୍ଡରେ ସେ

କେବେ ବଡ ଠାକୁର 

ତା ବିନା ହଲେନାହିଁ ପତ୍ର।



ସଂପର୍କ

ଏକ ଚିର ପ୍ରବହମାନ

ଚିରସ୍ରୋତା ନଈ, 

ଜୀବନର ଯେତେ ସବୁ

ଧୂଳି କାଠି କୁଟା

ନିଏ ସିଏ ବହି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract