STORYMIRROR

Hasyamayee Raj

Abstract

3  

Hasyamayee Raj

Abstract

ସମ୍ପର୍କ

ସମ୍ପର୍କ

1 min
11.9K

ସମ୍ପର୍କ

ଏକ ଅନାବିଳ ଅନୁଭବ

ଜୀବନକୁ କରେ ମହନୀୟ

ତାର ମଜବୁତ୍ ମୂଳଦୁଆ

ହୃଦୟକୁ କରେ

ଭବ୍ଯ ଶୋଭନୀୟ


ସଂପର୍କ

କେବେ ଦିଏ ହସ

କେବେ ପୁଣି ଭରିଦିଏ ଲୁହ, 

କେବେ ସିଏ ଉଛୁଳା ଆବେଗ

କେବେ ପୁଣି ଅସରନ୍ତି କୋହ



ସଂପର୍କ

ଏକ ସ୍ବଛ ଆଇନା

ଯେଉଁଥିରେ ଦେଖେ ମୁଁ 

ଜୀବନର ଯାବତୀୟ ଚିତ୍ର, 

ସେ କେବେ ଦେଖାଉଥାଏ

ଚାଲିବାକୁ ପଥ

କେବେ ଭରୁଥାଏ

ଜୀବନର ପାତ୍ର।



ସଂପର୍କ

ବୁଝିବାକୁ ଲୋଡା

ଏକ ନିଛକ ହୃଦୟ

ସେ କେବେ ସହୋଦର

କେବେ ପୁଣି ମିତ୍ର, 

ଜୀବନ ବଡ ଦାଣ୍ଡରେ ସେ

କେବେ ବଡ ଠାକୁର 

ତା ବିନା ହଲେନାହିଁ ପତ୍ର।



ସଂପର୍କ

ଏକ ଚିର ପ୍ରବହମାନ

ଚିରସ୍ରୋତା ନଈ, 

ଜୀବନର ଯେତେ ସବୁ

ଧୂଳି କାଠି କୁଟା

ନିଏ ସିଏ ବହି


Rate this content
Log in

Similar oriya poem from Abstract