STORYMIRROR

Rojalin Mishra

Inspirational

3  

Rojalin Mishra

Inspirational

ସମ୍ପର୍କ

ସମ୍ପର୍କ

1 min
11.8K

ବିଜ୍ଞାନ ମହିମା ଗୁଣ ଓ ଗାରିମା

ଜଟିଳ ବର୍ଣ୍ଣନା ନୁୁହଁ ସୀମିତ,

ମାନବ ସ୍ୱପ୍ନକୁ ଦେଲା ସଫଳତା

ଅମାପ ଶକତି ବିିଶ୍ଵ ବିଖ୍ୟାତ ।।

ଦୂରଭାଷ ଯୋଗେ କରି ଯୋଗାଯୋଗ

ସୁଦୂର ମାନବ ମିଳେ ନିକଟେ,

ନିଜ କଥା କହି, ଓ ଶୁଣି ଓ ଶୁଣାଇ

ଦରକାରୀ ବାର୍ତ୍ତ। ବହେ ସଂକଟେ।।

ସ୍ୱ।ଭାବିକ ଭାବେ ମଣିଷ ସହିତ ମଣିିିଷକୁ

ଯୋଡ଼ି ରଖେ ଦୂୂରଭାଷ,

ଅପପ୍ରୟୋଗ ଯୋଗୁଁ କେବେ କେବେ

ଏହା ସମ୍ପର୍କକୁ ମଧ୍ୟ କରିଦିଏ ଶେଷ ।।

ଦୂରରୁ କଥାହୁଏ ମଣିଷ

ଦୂରଭାଷରେ,

ବିନା ଦେଖି କେମିତି ବୁଝି ହେବ

ସେ ଖୁସିରେ ଅଛି ନା ଦୁଃଖରେ ।।

ସେ ଯା ହେଉନା କାହିିଁକି..

ଆଧୁୁନିକ ବିଜ୍ଞାନର ଉନ୍ନତ ଉଦ୍ଭାବନ

ବନ୍ଧୁ ଦୂରଭାଷ ଅଟେ ଅତି ନିିକଟର,

ଦେଖି,ଶୁଣି ପୁୁଣି କଥା କହିହୁଏ

ଉତ୍ତମ ମାଧ୍ୟମ ଯେ ସହଜ,ସୁୁନ୍ଦର ।।

ଭ୍ରାମ୍ୟମାଣ ଯନ୍ତ୍ର ବଡ଼ ଚମତ୍କାର

ଛୁଆ ଠୁ ବୃଦ୍ଧ ଯାଏଁ ସଭିିିଙ୍କ ପ୍ରିୟ,

ଅନେକ ସୁବିଧା ସୂଚନା ଦେଇଣ

ହୁଏ ସଭିଙ୍କର କେତେ ସହାୟ ।।

ଭ୍ରାମ୍ୟମାଣ ସ୍ଥାନ ଆମରି ଜୀବନେ

ବହୁ ପ୍ରସଂସିିତ ସଦା ଉପରେ,

ହିତକାରୀ ଓ ଆବଶ୍ୟକ ବୋଲି

ରଖିଥାଉ ଆମେ ସଦା ପାଖରେ ।।

ମହାନ୍ ଉଦ୍ଭାବନ ସ୍ଥୂଳ ଆବିିଷ୍କାର

ବିଜ୍ଞାନ ସାଧନେ କରିଣ ସମ୍ଭବ,

ଆଜି ଆମେ ନୋହୁ ସ୍ୱଳ୍ପ ସାଧାରଣ

ଅତ୍ୟ।ଧୁନିକ ବିଜ୍ଞାନୀ ମାନବ।।

କର ବିଜ୍ଞାନର ସଦ୍ଉପଯୋଗ

ତ୍ୟାଗ କରି ଦୁୁଷ୍ଟାମି,ମାନ ଅଭିମାନ,

କର୍ମ,ବ୍ୟବହାର ଜାଣି ଭଲ ଫଳ ମିିଳେ

ମନେରଖ ଆହେ ଉଚ୍ଚ ସଭ୍ୟଗଣ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational