STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ସମ୍ପର୍କ

ସମ୍ପର୍କ

1 min
195

ସମ୍ପର୍କ ଏକ ଏମିତି ନଈ

ସୁଅରେ ଆବର୍ଜନା ଯାଏ ଧୋଇ

ସମ୍ପର୍କ ଏକ ଏମିତି ଗଛ

ଛାଇ ଟିଏ ପରା ଜୀବନ ଯାକ

ସମ୍ପର୍କ ଏକ ଏମିତି ପକ୍ଷୀ

ଚଞ୍ଚୁରେ ଆଶା ପରରେ ତୃଷା ଥାଇ

ସମ୍ପର୍କ ଏକ ଏମିତି ଆକାଶ

ଚନ୍ଦ୍ରମା ହସେ ଦିନ ରାତି ଜାଣ ନାହିଁ

ସମ୍ପର୍କ ଏକ ଏମିତି ଋତୁ

ବସନ୍ତ ମଳୟ ଫଗୁଣ ଉର୍ଦ୍ଧ ରହି

ସମ୍ପର୍କ ଏକ ଏମିତି ସେତୁ

ଆପେ ଆପେ ଯାଏ ବାନ୍ଧି ହୋଇ

ସମ୍ପର୍କ ଏକ ଏମିତି ଜୀବନ

ମୃତ୍ୟୁ ଆସୁ ମରଣ ନାହିଁ 

ଯୁଇ ବି କେବେ ଜଳେ ନାହିଁ

ସମ୍ପର୍କ ଏକ ଏମିତି କଳା

ଶିଖିଛି ଯିଏ ଧରି ରଖିଛି ଜୀବିକା ନଥାଇ

ଆନନ୍ଦ ଆଉ ଶାନ୍ତି ସୌହାର୍ଦ୍ଦ୍ୟ ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract