STORYMIRROR

Madhulita Nayak

Abstract

4  

Madhulita Nayak

Abstract

ସମ୍ପର୍କ

ସମ୍ପର୍କ

1 min
240


ସମ୍ପର୍କ !

ଏକ ଅନାହୁତ ଶବ୍ଦ

ଯାହା ଆପଣାର କରେ

ପୁଣି କରେ କ୍ଷତ ବିକ୍ଷତ।


ସମ୍ପର୍କ !

ଅନ୍ଧକାର ସାଥେ 

କ୍ଷୁଦ୍ର ପ୍ରଦୀପ ର

ଯିଏ ନିଜେ ଜଳି ଜଳି

ଦୁନିଆକୁ କରେ ଆଲୋକିତ ।


ସମ୍ପର୍କ !

ଯାହା ପ୍ରତିପାଦନ କରେ

ଅନାବିଳ ସ୍ନେହ,ପ୍ରେମ,ମମତା

ମା ଓ ସନ୍ତାନ ମଧ୍ୟରେ।


ସମ୍ପର୍କ !

ଯାହା ପୁଣି ବନ୍ଧା ପଡ଼ିଯାଏ

ଇର୍ଷା, ଦ୍ୱେଷ, ଅହଂକାର ସମୂହର

ବାଦ ବିବାଦ ସର୍ତ୍ତରେ ।


ସମ୍ପର୍କ !

ଦ୍ବୀପ ଶିଖା ସାଥେ ପତଙ୍ଗ ର

ଯିଏ ମୃତ୍ୟୁ କୁ ଭୃକ୍ଷେପ ନକରି

ପ୍ରେମର ଆହ୍ୱାନକୁ କରେ ଆଲିଙ୍ଗନ।


ସମ୍ପର୍କ !

ହେଉଛି କୁଳୁକୁଳୁ ନାଦ ନଦୀ ଝରଣାର

ହୋଇ ଆତୁର ସମୁଦ୍ରରେ ମିଶିବାକୁ

ବହିଯାଏ ବାଧା ବିଘ୍ନ କରି ପ୍ରତ୍ୟାଖ୍ୟାନ।


ସଂପର୍କ

ଉତ୍ତପ୍ତ ମରୁଭୂମି ଓ ଷୋସାକ୍ତ ମନୁଷ୍ୟର

ମୃଗ ତୃଷ୍ଣା ପରି ଜୀବନର ସନ୍ଧାନରେ

ଦୂର ଦିଗନ୍ତ କୁ ମାଡିଚାଲିଥିବା ଆକୁଳ ଚିତ୍ତର।


ସମ୍ପର୍କ !


କେବେ ପୁଣି ସେହି କାହାଣୀ

ଦିଗହରା ଚାତକର 

ଶୁଷ୍କ ଓଠ ଧାରେ ଭରିଥିବା ହସ

କିଛି ଟୋପା ବରଷା ର ବିନ୍ଦୁ ଶ୍ରାବଣ ର।


Rate this content
Log in

Similar oriya poem from Abstract