ସମ୍ପର୍କ
ସମ୍ପର୍କ
ହାତ ଧରି ମୁହିଁ ବାହା ହୋଇ ଅଛି
ହେଇ ପାରିବିନି ପର
ପୁଅ ବୋହୂ ସିନା ହେଲେ ନିରିଦୟ
କରିଦେଲେ ସାତ ପର ।
ଦୁଃଖ ଯାତନାକୁ ଆପଣାର କରି
କାଟିବା ଆମରି ଦିନ
ସ୍ନେହ,ପ୍ରେମ,ତ୍ୟାଗ ବିଶ୍ୱାସ ଭରସା
ରଖିବି ମୁଁ ପ୍ରତିଦିନ ।।
ବିନତି କରୁଛି ଶୁଣହେ ଠାକୁରେ
ସୁଖରେ ରଖିବ ତାଙ୍କୁ
ଯାତନାରେ ଆମେ ରହିଛୁ ରହିବୁ
ଭୁଲିବୁନି ସମ୍ପର୍କକୁ ।
ରମେଶ ଚନ୍ଦ୍ର ବେହେରା
ବାଟୀ, ସିମୁଳିଆ, ବାଲେଶ୍ୱର
