Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

kahnu charan sahu

Abstract

2.6  

kahnu charan sahu

Abstract

ସମ୍ପର୍କ

ସମ୍ପର୍କ

1 min
203


ସମୟର ସ୍ରୋତରେ

ବଦଳି ଚାଲେ ହୃଦୟର ଭାବନା

କିଏ ବୁଝିପାରେ ତ ଆଉ କିଏ

ଖୋଜିବୁଲେ ବାହାନା ।


ସ୍ୱଚ୍ଛ ହୃଦୟରୁ ସୃଷ୍ଟି

ସୁନ୍ଦର ସମ୍ପର୍କ 

କେତେଦିନ ଗଲାପରେ

ଆପେ ଆପେ ଦିଗ ବଦଳେଇବାକୁ ଚେଷ୍ଟା କରି

ହଁ, ସେତେବେଳେ ହିଁ ସେମିତି ହୁଏ

ଯେବେ ମିଛର ଛିଟା

ସମ୍ପର୍କରେ ଲାଗେ ।


ଦାଗ ଥରେ ଲାଗିଗଲେ

ସମ୍ପର୍କର ସ୍ୱଚ୍ଛ ପୃଷ୍ଠାରେ

ମନ, ତନ ପରିବର୍ତ୍ତନ ହେବାକୁ

ସମୟର ଅଭାବ ପଡେ

ଆଉ ଦାଗ ଚିରଦିନ ରହି

ଆଉ ଥରେ ଚକ୍ରବ୍ୟୁହରେ 

ଫସିବା ଆଗରୁ ।



Rate this content
Log in