STORYMIRROR

Sanuja Meghamala

Abstract

3  

Sanuja Meghamala

Abstract

ସମ୍ପର୍କ

ସମ୍ପର୍କ

1 min
245

ମୋ ଅବୁଝା ପଣ

ତୁମ ଅଲୋଡା ପଣ

ଭିତରେ ଆମ ସମ୍ପର୍କଟା

ବେଳେବେଳେ ବାଟବଣା ହୁଏ

ଆଗକୁ ବଢ଼ି ପାରେନା କି

ପଛକୁ ଫେରି ଯାଏନା

ବଡ଼ ନିଆରା ଆମ ଏ ସମ୍ପର୍କ

ଝଡର ପ୍ରକୋପରେ ଅଣ୍ଟା ନଇଁ

ଠିଆ ହୋଇଥିବା ବୃକ୍ଷ ପରି

ମଜବୁତ ହୋଇ ପାରିନି ସିନା

ଦୁର୍ବଳ ହୋଇ ଭାଙ୍ଗି ଯାଉନି।

ଆମ ସମ୍ପର୍କ ଛାଇଟିଏ ପରି

କେବଳ ଅନୁଭବ କରିହୁଏ

ମିଳନର ସ୍ବପ୍ନରେ ଉଲ୍ଲସି ଉଠେନି

ବିରହର ସ୍ମୃତିରେ ଝାଉଁଳି ଯାଏନି

ତୁମ ନାହିଁର ନୀରବତା ଭିତରେ

ଶବ୍ଦ ମାନେ ପ୍ରତିଧ୍ଵନି ତୋଳନ୍ତି

ମୋ ହଁ ର ନିବିଡତା ମଧ୍ୟରେ

ହଜି ଯାଇ ଚକା ଭଉଁରୀ ଖେଳନ୍ତି।

ବୁଝି ହେଉ ନ ଥିବା ଆମ ସମ୍ପର୍କଟା

ପ୍ରଗଳଭା ଚିରସ୍ରୋତା ନଦୀଟିଏ ପରି..

ମିଠା ମିଠା ସ୍ୱପ୍ନରେ ବିଭୋର ହୋଇ

ଦୁଇ କୂଳ ଛୁଇଁ ଯାଏ ପୁଣି

କେତେବେଳେ ଭଉଁରୀରେ କୁଟା ଖିଅଟେ

ପରି ଉବୁଟୁବୁ ହୁଏ ନିରୀହ ସମ୍ପର୍କଟା

କିନ୍ତୁ ବୁଡି ଯାଏନି/ଭାଙ୍ଗି ଯାଏନି

ବରଂ ବିଶ୍ୱାସ ଓ ଭରସାର

ହାତ ଧରି ଅନବରତ ଧାଉଁ ଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract