Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sisir Kumar Samal

Inspirational Others

4.0  

Sisir Kumar Samal

Inspirational Others

ସମ୍ପର୍କ

ସମ୍ପର୍କ

1 min
110


ସମ୍ପର୍କ ର ମୁଲ୍ୟ ସେ କାହୁଁ ବୁଝିବ

            ପାଇନାହିଁ ଯିଏ ଭଲ ,

ନିଜ ସ୍ବାର୍ଥ ପଛେ ସଭିଏଁ ଚାଲନ୍ତି

            ଜଗତେ ବୋଲାଇ ଭଲ ।।

ହୃଦୟର ଭାଷା ବୁଝେନାହିଁ କେହି

            ସୈନ୍ଦର୍ଯ୍ୟରେ‌ ହୋଇ ଅନ୍ଧ ,

କାମନା ର ନିଆଁ କରେ ଅମାନିଆ

            ଯୈବନକୁ କରେ ମୁଗ୍ଧ ।।

ଧନ ଯୋଉବନ ମୋହିନିଏ ମନ

             ମାନବତା ଯାଏ ମରି ,

କ୍ଷଣିକ ସୁଖକୁ ଆଲିଙ୍ଗନ କରି

             ବାନ୍ଧନ୍ତି ସମ୍ପର୍କ ଡ଼ୋରି ।।

ନିସ୍ବାର୍ଥ ରେ ଯିଏ ଗଢୁଥାଏ ପ୍ରେମ

             ବିଶ୍ବାସ ର ସେତୁ ବାନ୍ଧି ,

ସିଏ ହିଁ ବୁଝିଛି ସମ୍ପର୍କର ମୂଲ୍ୟ

             ଭରସାରେ ହୁଏ ବାନ୍ଧି ।।

ଦୁଇ ଦିନିଆ ଏ ମଣିଷ ଜୀବନ

             କର କାହିଁ ଅପଚ଼ୟ ,

ସମ୍ପର୍କ ର ମୁଲ୍ୟ ବୁଝିଯାଅ ବନ୍ଧୁ 

          ପ୍ରେମର ହୋଇବ ଜୟ ।।

ସମ୍ପର୍କର ମାନେ ଶାରିରୀକ ନୁହେଁ

             ଦୁଇଟି ମନର ମିଳନ ,

ସମ୍ପର୍କର ଡ଼ୋରୀ ରେ ବାନ୍ଧି ହୋଇଗଲେ

              ଜିତିବା ସବୁରି ମନ ।।


Rate this content
Log in

Similar oriya poem from Inspirational