STORYMIRROR

kahnu charan sahu

Romance

3  

kahnu charan sahu

Romance

ସମ୍ପର୍କ

ସମ୍ପର୍କ

1 min
11.7K


ଖୁବ ସହଜ ଏଠି 

ଗଢିବା, ଭାଙ୍ଗିବା ସମ୍ପର୍କ 


ହୃଦୟ ତ କାଚର ଆଇନା

ଯିଏ ବି ଚାହିଁଲା

ଭାଙ୍ଗି ଚୁନା କରି ଚାଲିଯିବ


ସମୟ ନ ଥାଏ

ଅନୁଭବ କରିବାକୁ

ଆଉ ଗୋଟିଏ ହୃଦୟର 

ଆବେଗ, ଆଞ୍ଜୁଳାଏ ପ୍ରେମକୁ


ଅନେକ କିଛି

ପରିବର୍ତ୍ତନ ହୁଏ 

ସମୟର ତାଳେ ତାଳେ

ଶିଖିବାକୁ ହୁଏ ଅନେକ କିଛି

ନିଜକୁ ସମ୍ଭାଳି....


ଅନିଚ୍ଛା ସତ୍ତ୍ୱେ

ନିଜକୁ ବଦଳେଇବାକୁ ପଡେ

ହୃଦୟରେ ପ୍ରତିଫଳିତ ପ୍ରତିଛବିକୁ 

ନୂଆ ରୂପ ଟିଏ ଦେବା ପାଇଁ...!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance