ସମ୍ପର୍କ
ସମ୍ପର୍କ
ଖୁବ ସହଜ ଏଠି
ଗଢିବା, ଭାଙ୍ଗିବା ସମ୍ପର୍କ
ହୃଦୟ ତ କାଚର ଆଇନା
ଯିଏ ବି ଚାହିଁଲା
ଭାଙ୍ଗି ଚୁନା କରି ଚାଲିଯିବ
ସମୟ ନ ଥାଏ
ଅନୁଭବ କରିବାକୁ
ଆଉ ଗୋଟିଏ ହୃଦୟର
ଆବେଗ, ଆଞ୍ଜୁଳାଏ ପ୍ରେମକୁ
ଅନେକ କିଛି
ପରିବର୍ତ୍ତନ ହୁଏ
ସମୟର ତାଳେ ତାଳେ
ଶିଖିବାକୁ ହୁଏ ଅନେକ କିଛି
ନିଜକୁ ସମ୍ଭାଳି....
ଅନିଚ୍ଛା ସତ୍ତ୍ୱେ
ନିଜକୁ ବଦଳେଇବାକୁ ପଡେ
ହୃଦୟରେ ପ୍ରତିଫଳିତ ପ୍ରତିଛବିକୁ
ନୂଆ ରୂପ ଟିଏ ଦେବା ପାଇଁ...!!