ସମ୍ପର୍କ
ସମ୍ପର୍କ
ସ୍ୱାର୍ଥ ପାଇଁ ଗଢ଼ା ସମ୍ପର୍କଟି
ରହେ ନାହିଁ କେବେ
ସ୍ୱାର୍ଥ ହାସଲ ହୋଇଲେ ଭାଙ୍ଗି
ଯାଏ ତ ଏହି ଭବେ ।୧।
ନିଃସ୍ଵାର୍ଥ ସମ୍ପର୍କ ଚିରସ୍ଥାୟୀ,
ଏହି କଥାଟି ଜାଣ
ବିପଦେ ଆପଦେ ରହେ, ନଥାଏ
ସେଠି ଛଦ୍ମ ଆଭରଣ ।୨।
ସମ୍ପର୍କର ମୂଲ୍ୟ ଅଟଇ ଅମୂଲ୍ୟ,
ସୁମଣିଷ ପାଇଁ
ସେ ସମ୍ପର୍କ ନରଖେ, ଆଜି ଗଢ଼ି
କାଲି ଭାଙ୍ଗିବା ପାଇଁ ।୩।
ହୃଦୟ ତ ଚାହେଁ ସମ୍ପର୍କ ସର୍ବଦା
ଗଢି ଉଠୁ ଏହି ପରି
ସମ୍ପର୍କୀୟ ସାହାରାଟେ ହେବ ପାଖେ
ଥିବ ସର୍ବଦା ଛାଇ ପରି ।୪।
ଅନ୍ତରର ଯେବେ ଅସହ୍ୟ ଯନ୍ତ୍ରଣା
ବହେ ଦୁଃଖର ସାଗରରେ
ମନ ଖୋଜେ ମନର ମଣିଷଟେ, ବାନ୍ଧି
ହେବ ଅନୁରାଗ ଓ ସ୍ନେହରେ ।୫।
ମଣିଷ ବ୍ୟକ୍ତ ନକଲେ ବି ତାର
ନିଜ ମନର ଅକୁହା ଭାବ
ଅତ୍ମୀୟତା ଥିଲେ ସମ୍ପର୍କୀୟ ଯିଏ
ମନର କଥା ପଢି ନେବ ।୬।
ମନର କିଛି ଅକୁହା ବେଦନା ଲୁହ
ହୋଇ ଯଦି ଝରେ
ଅନ୍ତରଙ୍ଗ ଯିଏ, ସେ ଆସି ପୋଛି
ଦିଏ ତାର ପାପୁଲିରେ ।୭।
ସମୟେ ସମୟେ ମଣିଷର ମନ
ଅପଥକୁ ଚାଲି ଯାଏ
ପ୍ରକୃତ ବନ୍ଧୁ ପଛେଇ ନଯାଇ ଅବାଟରୁ
ବାଟକୁ ଆଣି ଥାଏ ।୮।
ବହୁ ମଣିଷ ଆସନ୍ତି ଜୀବନେ, ଜଣେ
ଛୁଇଁ ଯାଏ ତୁମର ମନ
ଯା ପାଇଁ ହୃଦୟ ଜାଳେ ସଞ୍ଜବତୀ, ତା
ଭାବନାରେ ଥାଏ ଲୀନ ।୯।
ପଥର ମଣିଷ ପବିତ୍ର ବନ୍ଧନ ସମ୍ପର୍କୀୟ
ଦୁଷ୍ଟ ହେଲେ ଜୀବନରେ
ସାରା ଜୀବନର ସମୟ କଟିବ ହୋଇ
ହନ୍ତ ସନ୍ତ ଓ ଆଖିର ଲୁହରେ ।୧୦।
