ସମ୍ପର୍କ ତ ନାଗଫାଶ
ସମ୍ପର୍କ ତ ନାଗଫାଶ
ସମ୍ପର୍କର ମାନେ ଦୁଇଟି ଜୀବନେ
ସୁଦୃଢ ବନ୍ଧନ ଡୋର
ଭାବର ଆଦାନ ପ୍ରଦାନରେ ମନ
ବାନ୍ଧିହୁଏ ଏକାକାର ।
ସମ୍ପର୍କ ତ ନାଗ ଫାଶ ଲୋ ସୁନ୍ଦରୀ
ସମ୍ପର୍କ ତ ନାଗଫାଶ
ଚାହିଁଲେ କେହି ତ ଛିଣ୍ଡାଇ ପାରେନି
ହେଉ ଯେତେ ରାଗ ରୋଷ ।
ତୋ ମନ ଭିତରେ ମୋ ମନ ବାନ୍ଧିଲି
ଦେଖିଲି ନୂଆ ଦୁନିଆଁ
ତୋ ପ୍ରେମରେ ପଡି ସବୁ କଥା ହୁଡ଼ି
ହୋଇଗଲି ଏକୁଟିଆ ।
ଯେଉଁଠାରେ ଥିବୁ ମୋର ହୋଇ ଥିବୁ
ତୋ ମନେ ମୋ ମନ ବନ୍ଧା
ଦେଖୁନି ଡୋଳାରେ ରଖିଛି ପଟଳେ
ତୋ ଛବି ରଜନୀଗନ୍ଧା ।
ଥାଅ ବି ଯେଉଁଠି ମୋ ମନ ଅଳସି
ମୋ ମନ ଖୋଜେ ତୋ ମନ
ଭୁଲିତୁ ପାରୁନା କରୁଛୁ ଛଳନା
ତୋ ମନ ଭାବେ ମୋ ମନ ।
ହୃଦୟକୁ ଥରେ ଏକାକି ପଚାରେ
ଭୁଲି ଯାଇଛୁକି ମୋତେ
କାହିଁ ପାଇଁ ମୋତେ କଷ୍ଟ ଦେଲୁ ଏତେ
ଦୋଷ ମୋ ରହିଲା କେତେ ।
ଆମର ସମ୍ପର୍କ ନୁହଇଁ ତ ନର୍କ
ସ୍ବର୍ଗୀୟ ସୁଖ ଏହିତ
ସମ୍ପର୍କର ସୁତା ଚିର ଖର ସ୍ରୋତା
ଶୁଖେନି ତାହାର ସ୍ରୋତ ।
ଏଇତ ବନ୍ଧନ ନାଗଫାଶେ ମନ
ମନକୁ ରଖିଛି ବାନ୍ଧି
ଥାଆ ଯେତେ ଦୂରେ ଯେତେ ଅଏସରେ
ମନ ହେଇଥିବ ଧନ୍ଦି ।
ଚାହିଁଛି ତୋ ପଥେ ଫେରିବୁ ତୁ କେବେ
ଆଦରି ନେବି ମୁଁ ତୋତେ
ଜୀବନଟା ମୋର ତପ୍ତ ମରୁ ବାଲି
ଜଳି ଜଳି ରହେ ତପ୍ତେ ।
ପଞ୍ଜୁରୀ ଦୁଇଟି ଜୀବନ ଦୁଇଟି
ବନ୍ଦୀ ଥାନ୍ତି ଭିନ୍ନେ ଭିନ୍ନେ
ଫିଟିବ ସେ ଦ୍ୱାର ଆସିବୁ ମୋ ଘର
ଏହି ତ ସମ୍ପର୍କ ମାନେ ।