STORYMIRROR

Rabindra Mishra

Romance

3  

Rabindra Mishra

Romance

ସମ୍ପର୍କ ର ରୂପ

ସମ୍ପର୍କ ର ରୂପ

1 min
235

ଇସ, ତମେ ବଡ଼ ଇଏ!

କଥା ପଦକରେ ଯୋଡି ଦେଇ ଗଲ

ଜଉ ମୁଦ ଲଫାପା ରେ ରଙ୍ଗୀନ ଚିଠି ପରି

କେତେ ବାସ୍ନା, କେତେ ଛନ୍ଦ, ଖୋଲି ସେ ପଢିବା ଯାଏଁ


ଚପଳ ଛନ୍ଦା ର ଗଭା ପ୍ରାୟେ

କବରୀରେ ପେନ୍ଥା ପେନ୍ଥା ଫୁଲ

ବାସ ର ଶେଜ ଉପରେ- ଲଜ୍ୟା ବତୀ ପ୍ରିୟତମା

ମିଳନ ର କାମନା ରେ - ଚେଇଁ ଶୋଇଥିବା ଯାଏ


ତେଲ-ଲୁଣ ସଂସାର ର ଛାତ ତଳେ

ପେଷି ହୋଇଗଲା ପରେ ଅହରହ

ପ୍ରେମ ସବୁ ପାଣିଚିଆ, ବଞ୍ଚିବାର ସଂଘର୍ଷରେ

ଚାହିଦା ପୂରଣ ପାଇଁ ଖଟି ଖଟି ଜୀବନର ଶେଷ ଯାଏ


କେତେ ଆଶା ଅଙ୍କାକ୍ଷା ର

ନାଲି-ନୀଳ ସ୍ୱପ୍ନ ସବୁ ରଙ୍ଗ ହୀନ

ହୋଇଗଲାପରେ ସବୁ କିଛି ଫିକା ଲାଗେ

ତୁମେ-ମୁଁ ଓ ବୟସ ଟା ଖାଲି ଯାହା ଆଗକୁ ଘୋଷାଡି ହୁଏ


ଏଇଟା ସମ୍ପର୍କ ର ଗୀତ

ଚିକିମିକି ତାରା ପରି ଉଏନ ସିନା

ଧୀରେ ଧୀରେ ଅନ୍ଧାର ର କୁହେଳି ଭିତରେ

ସ୍ୱପ୍ନ ଆଉ ସମ୍ପର୍କର ମିଠାରସ- ସବୁ କିଛି ଶୋଷିନିଏ




Rate this content
Log in

Similar oriya poem from Romance