Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DHARITRI SAHU

Inspirational

4  

DHARITRI SAHU

Inspirational

ସମ୍ପର୍କ ର ଜାଲ"

ସମ୍ପର୍କ ର ଜାଲ"

1 min
289


ମାଆ କୋଳ ଅଟେ ସରଗ ସମାନ     ପିଲାମାନଙ୍କର ଦୋଳି,

ବାପା କାନ୍ଧ ଅଟେ ସୁରକ୍ଷା ପାହାଚ

ଡର ନାହିଁ ଯିବା ପଡ଼ି।


ଜେଜେମା ର ଗେହ୍ଲା ତା ପଣତ କାନି

କୋମଳତା ଝରୁଥାଏ,

ଜେଜେଙ୍କର ଖେଳ ଘୋଡ଼ା ଚଢ଼ିବାର

ଆନନ୍ଦ ପରଶି ଦିଏ।


ଆଇର ମମତା ସୁଆଦିଆ ଭାରି

ପୁରଦିଆ ପିଠା ପରି,

ଅଜାଙ୍କ ର ହସ ସ୍ନେହ ର ପରଶ

ପକେଟଟା ଖୋଲା ଥଳି।


ଭାଇର ଆକଟ କାନ୍ଥ ଚାରିପଟ

ଡର ଭୟ ଥାଏ ନାହିଁ,

ଭଉଣୀର ଛାୟା ଶୀତଳତା ବାଆ

ଅମିୟ ପୀୟୂଷ ସେହି।


ଶାଶୁ ଶ୍ୱଶୁର ଯେ ଜୀବନ୍ତ ଦେବତା

ଆଶିଷ ତାଙ୍କ ଜୀବନ୍ତ,

ବ୍ରତ ଉପବାସ ଠାକୁର ପୂଜନେ

ନ ମିଳିବ ପୂଣ୍ୟ ସତ୍ୟ।


 ସ୍ବାମୀଙ୍କର ପ୍ରେମ ଅପୂର୍ଣ୍ଣ ରେ ପୂର୍ଣ୍ଣ

ନୂତନ ସମ୍ଭାର ଭରେ,

ସ୍ତ୍ରୀର ସୋହାଗ ପ୍ରିତି ପୂର୍ଣ୍ଣ ତ୍ୟାଗ

ମହାନ୍ ସେ ପୃଥିବୀରେ।


ପୁତ୍ର କନ୍ୟା ପରା ସେ ବୃକ୍ଷର ଫଳ

ସ୍ବାମୀ ସ୍ତ୍ରୀ ବୃକ୍ଷ ଡାଳ,

ଲାଳନେ ପାଳନେ ଅଶେଷ ଆନନ୍ଦ

ଆମୋଦ କଳି କେ ପାର।


ଧନ୍ୟ ସେ ଇଶ୍ଵର ଧନ୍ୟ ତା ସଂସାର

ଛନ୍ଦିଲେ ସମ୍ପର୍କ ଜାଲେ,

ଗୋଟିଏ ସୁତାରେ ଗୋଡେଇ ବୁଣିଲେ

ଛିଣ୍ଡିଲେ ସବୁ ଯେ ଖୋଲେ।


ଗୋଟେ ଗଣ୍ଠି ଯଦି ଛିଡିଯାଏ କାହିଁ

ବାନ୍ଧିବା ଯେ ମହା କଷ୍ଟ,

ଫାଟିଥିବା କାନ୍ଥେ ଯେତେ ଲେପ ଦେଲେ

ଯୋଡି ହୁଏ ନା ସେ ଫାଟ।



Rate this content
Log in

Similar oriya poem from Inspirational