ସମ୍ପର୍କ ର ଆଦି ଭାଗ
ସମ୍ପର୍କ ର ଆଦି ଭାଗ
ପ୍ରତି ସୃଷ୍ଠି ରେ ପ୍ରୀତି ର ଦୃଷ୍ଟି
ସ୍ରଷ୍ଠା ଙ୍କ ର ଅହେତୁକ ଭଲ ପାଇବା _ସ୍ନେହ _ପ୍ରେମ ର ପଲ୍ଳବିତ ଉପାଦାନ ଗୁଡିକ ମହଜୁଦ୍ ହୋଇଛି ସ୍ରୁଷ୍ଟି ର ସବୁ ଦୃଶ୍ୟମାନ ଓ ଅଦୃଶ୍ଯ ମୁହୂର୍ତ୍ତ ଭିତରେ
ଏଇ ମୁହୂର୍ତ୍ତରେ ସାମିଲ୍ ସବୁ କିଛି
ସେଦିନ ଥିଲା ସ୍ରୁଷ୍ଟି ର ଏକ ନୂତନ ଅଧ୍ୟାୟ
ଯେଉଁଦିନ ଫୁଲ ଟିଏ ତା ମନ ରେ ଥିବା ଅନେକ ସ୍ଵପ୍ନ କୁ
ଅନୁରୂପ ଭାବାତ୍ମକ ବିହ୍ଵଳ ଜୀବ ପ୍ରତି ନିଜ କାୟା ର ଛାୟା କୁ ଲୁଚ କାଳି ମାଧ୍ୟମରେ ସବୁ କିଛି ଅର୍ପଣ କରି ଦେଇଥିଲା,
ସେଇ ଆଜି ତାରୁଣ୍ୟ ର ପୂତ ପୟୋଧି ସନ୍ତକ ଗୋଲାପ (ସୁମନ)
ଓ କାମନା ବାସନା ପ୍ରାପ୍ତି ଅପ୍ରାପ୍ତି ମନର ସ୍ବାଧୀନ ଭାବ ଚେତନା ର ଯୁବ ରୂପକାର _ଭ୍ରମର
କେହି କେହି ପ୍ରଜାପତି ବି କହିଥାନ୍ତି
ସେ କଥା ସେଇ ସୁମନ ଅଂଶୀଦାର ହିଁ କହି ପାରିବେ
ମିଳନେ ମଳିନ ନ ହୁଅଇ
ଯୁଗ ରୁଚି ପାଇଁ,
ସ୍ରଷ୍ଠା ଙ୍କ ର ସ୍ରୁଷ୍ଟି ପ୍ରତି ସମର୍ଥନ ଜଣାଇଥିଲେ ଦୁହେଁ
ରକ୍ତ ମାଂସ ର ପାପ ଗଣିତ ଠୁ ବହୁ ଉର୍ଦ୍ଧ୍ଵରେ
ପ୍ରେମ ର ଆରମ୍ଭ ହୋଇଥିଲା ଯୁଗଳ ବନ୍ଦୀ ର ଶୁଭେଚ୍ଛା ସହ
ପରମ କାରୁଣିକ ଇଶ୍ୱର ଙ୍କ ଦୃଷ୍ଟି ରେ ସେଇ ମଧୁ ମୁହୂର୍ତ୍ତ ଟି ଯୁଗେ ଯୁଗେ ଶାଶ୍ଵତ ପ୍ରେମ ନାମ ରେ ଅଭିହିତ ହେଲା
ଖୁସି ର ନାନା ରୂପ ପରି ପ୍ରେମ ବି ରଙ୍ଗ ରେ ରଞ୍ଜିତ ହେଲା
ଫୁଲ ସମୁହ ନାନା ପ୍ରକାରର ରଙ୍ଗ ରେ ଆମ ଭିତରେ ରହିଗଲେ
ଆମକୁ ବିମୁଗ୍ଧ ଜୀବ କରି ଦେଇ
ଯୁଗ ରୁଚି ପାଇଁ
ଅସରନ୍ତି ରଙ୍ଗ ର ପରାଗ ଦେଇ
