STORYMIRROR

Bharatabandhu Biswal

Tragedy Action Inspirational

4  

Bharatabandhu Biswal

Tragedy Action Inspirational

ସମ୍ପର୍କ-କାଲି ଓ ଆଜି

ସମ୍ପର୍କ-କାଲି ଓ ଆଜି

1 min
149


କାଲି ପରି ଲାଗୁଛି ଆମ ପିଲାଦିନ

ଦିନସାରା ଆକାଶରେ ଦେଖୁଥିଲୁ ସୂର୍ଯ୍ୟ

ରାତି ହେଲେ ଘୋଟିଯାଏ ଅମା ଅନ୍ଧକାର

ଯାହା ଘରେ ଥିଲା ତେଲ

ଜାଳୁଥିଲା ଡିବିରି ଲଣ୍ଠନ

ଏବେ ତ ସାରା ରାତି ଜଳୁଛି

ବତୀଖୁଣ୍ଟରେ ବି ସରକାରୀ ଆଲୁଅ

ରାସ୍ତାଘାଟ ଚାରିଆଡ ଫର୍ଚ୍ଚା ।


ସେତେବେଳେ ରାତିରେ ଡାହାଣୀ ଚିରଗୁଣୀ 

ଭୂତ ପ୍ରେତ କେତେ କଣ ଅଶରୀରୀ ଆତଯାତ

ଘାରୁଥିଲା ଭୟ

ସବୁ ଏବେ ଇତିହାସ 

ଆଲୁଅରେ ଝଲସୁଛି ଖାଲି ବର୍ତ୍ତମାନ

ଥାଟବାଟ ପଟୁଆର କ୍ଷମତାର ନିଶା

ରୋଗ ଦୁଃଖ ମହାମାରୀ ଅର୍ଥଚିନ୍ତା

ଉପାର୍ଜନ ପେଶା ଓ ବେଉସା

ଦଶଦିଶ ଗଗନ ପବନ

ଫାଟିପଡେ ବ୍ୟଭିଚାର ଶୋଷଣ ପୀଡନ ।


ଆଲୋକର ରୋଷଣୀରେ ହଜିଯାଏ

ବିଦ୍ୟା ବୁଦ୍ଧି ମାନବତା ଧରମ ସଂସ୍କାର

ଏ ମଣିଷ ପାଲଟଇ ଅନ୍ଧ

ଭୋଗ ସୁଖ ଅନ୍ୱେଷଣେ ପ୍ରବଳ ଉନ୍ମାଦ ।

ଭାଙ୍ଗି ଯାଏ ସୁବିଶ୍ୱାସ ସମ୍ବନ୍ଧ ସମ୍ପର୍କ

ଶୂନ୍ୟ ଭାବ ଈଶ୍ୱର ନୀରବ

ବେଳ ଥାଉଁ ବନ୍ଧ ବାନ୍ଧ କୁମର ହେ

ପ୍ରକୃତିକୁ ଅବଶ୍ୟ ସମ୍ଭାଳ

ବର୍ତ୍ତମାନ ସର୍ବସ୍ୱ ସୁଖକୁ ଏତେ ବେଶୀ

ନିଚୋଡିବା ନୁହେଁ ବିଜ୍ଞ ନିର୍ବୋଧ ବିଚାର

କାହିଁକି କରିବା ବୃଥା ଅହଙ୍କାର ଗର୍ବ

ଭବିଷ୍ୟକୁ ଜାଣିଶୁଣି କରିବା ଅନ୍ଧାର

ଧ୍ୟେୟ ହେଉ ସତ୍ୟ ଶିବ ସୁନ୍ଦର ସୃଷ୍ଟିର ।

  


Rate this content
Log in

Similar oriya poem from Tragedy